ପୁଣି ବଦ୍ରୀ-ନିରଞ୍ଜନ ବାଦି ପାଲା, ୨୦୧୪ରେ ନବୀନଙ୍କ ଟିକେଟ ବାଣ୍ଟିବା ନିଷ୍ପତି ଭୁଲ ଥିଲା କହିଲେ ବଦ୍ରୀ

Published By : Prameya-News7 Bureau | March 28, 2019 IST

ଭୁବନେଶ୍ବର ୨୮|୩: ୨୦୧୪ରେ ନବୀନଙ୍କ ଟିକେଟ ବାଣ୍ଟିବା  ନିଷ୍ପତି ଭୁଲ ଥିଲା । ଚମ୍ପୁଆରୁ ପପୁ ପମପମଙ୍କୁ ଟିକେଟ ଦିଆଯିବାରୁ ଦଳ ହାରିଲା ।ଏଭଳି ବିସ୍ପୋରକ ବୟାନ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ବଦ୍ରି ପାତ୍ର । ଏକଥା ବି କହିଛନ୍ତି ଯେ ତାଙ୍କ ପୁଅମାନଙ୍କୁ କେସ୍ ରେ ଫସାଇ ଜେଲ ପଠାଇ କିଛି କୁଚକ୍ରି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି । ସେ ଏଭଳି ଇଙ୍ଗିତ କରିଛନ୍ତି ନିରଞ୍ଜନ ପଟନାୟକଙ୍କ ଆଡକୁ ।

{"id":97896}

ପୁଣି ଚର୍ଚ୍ଚାରେ ବଦ୍ରି ନିରଞ୍ଜନଙ୍କ କଳି । ତାଙ୍କ ପୁଅମାନଙ୍କୁ ଫସାଇ ଜେଲ ପଠାଇବାକୁ ଉଦ୍ୟମ ହେଉଛି ବୋଲି ଆଜି ଗଣମାଧ୍ୟମ ଆଗରେ ଅଭିଯୋଗ ବାଢିଛନ୍ତି ବିଜେଡିର ବରିଷ୍ଠ ନେତା ବଦ୍ରିପାତ୍ର । ଦୁଇଦିନ ତଳେ ଘସିପୁରାରେ ଜଣେ ପୂର୍ବତନ ବିଧାୟକ ପ୍ରାର୍ଥିଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାରେ ବଦ୍ରିଙ୍କ ପୁଅ ଉପରକୁ ଉଠିଛି ଅଙ୍ଗୁଳି ।

{"id":97897}

ବଦ୍ରି ଏହା ଉପରେ ସଫେଇ ଦେଇ କହିଛନ୍ତି ଯେ ତାଙ୍କ ପୁଅ ମାନଙ୍କୁ ଜେଲ ପଠାଇ କିଛି କୁଚକ୍ରି ଗୋଷ୍ଠି ନିର୍ବାଚନ ଜିତିବାକୁ ଚାହୁଁଛନ୍ତି । ୨୦୦୪ରେ ସେଭଳି ଏକ କେସ୍ ରେ ତାଙ୍କ ପୁଅଙ୍କୁ ଗିରଫ କରାଯିବାରୁ ସେ ୫୦୦ ଭୋଟରେ ହାରିଯାଇଥିଲେ । ଏବେ ତାର ପୁନରାବୃତି କରିବାକୁ ଚେଷ୍ଠା ହେଉଛି । ଏଭଳି ଅଭିଯୋଗ ଆଣି ବଦ୍ରି ତାଙ୍କର ଚିରାଚରିତ ରାଜନୈତିକ ପ୍ରତିପକ୍ଷ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି । ଚ୍ୟାଲେଞ୍ଜ କରିଛନ୍ତି ହିମତ୍ ଥିଲେ ଘସିପୁରାରେ ସମ୍ମୁଖ ଲଢେଇକୁ ଆସନ୍ତୁ ନିରଞ୍ଜନ ।

{"id":97898}

ବଦ୍ରି ଏଥର ପୁଣି ଘସିପୁରାରୁ ବିଜେଡି ଟିକେଟ ପାଇଛନ୍ତି । ଯେହେତୁ ବଦ୍ରିଙ୍କ ସଂଗଠନ ମଜବୁତ୍ ଅଛି ସେଥିପାଇଁ ସେ ଓଭର କନଫିଡେଣ୍ଟ ଅଛନ୍ତି ଜିତିବା ନେଇ । ପିସିସି ସଭାପତି ନିରଞ୍ଜନ ପଟନାୟକ ବି ନିଜ ଜିଲ୍ଲା କେଉଁଝର ରାଜନୀତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ସେପଟେ ବଦ୍ରି ବି ଖଣି ଖାଦାନ ଭରା କେଉଁଝରରେ ଜମିକି ଅଛନ୍ତି । ସେଇଥିପାଇଁ ବଦ୍ରି – ନିରଞ୍ଜନଙ୍କ କଳି ପୁରୁଣା । ନିରଞ୍ଜନଙ୍କ ପାଲଟା ଅଭିଯୋଗ, ବଦ୍ରିଙ୍କ ପରିବାର କିଭଳି ସାରା ଜିଲ୍ଲାରେ ଗୁଣ୍ଡା ଗର୍ଦିରେ ମାତିଛନ୍ତି ସେନେଇ ଜିଲ୍ଲାବାସି ଅବଗତ ଅଛନ୍ତି ।

ବଦ୍ରି ଏକଥା କହୁକହୁ କହିଦେଇଛନ୍ତି ଯେ ୨୦୧୪ ନିର୍ବାଚନରେ ଚମ୍ପୁଆ ନିର୍ବାଚନ ମଣ୍ଡଳିରେ ପପୁ ପମପମଙ୍କୁ ଟିକେଟ ଦେବା ଭୁଲ ନିସ୍ପତି ଥିଲା । ଏକଥା କହି ନବୀନଙ୍କ ନିସ୍ପତି ଠିକ୍ ନଥିଲା ବୋଲି ଇସାରା ଦେଇଛନ୍ତି ।  ସଂଙ୍କେତ ଦେଇଛନ୍ତି ଯେ ଠିକ୍ ପ୍ରାର୍ଥି ଯଦି ଏଥର ଠିଆହେବେ ତାହାଲେ କେଉଁଝର ଜିଲ୍ଲାର ସବୁ ବିଧାୟକ ଓ ସାଂସଦ ଜିତିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.