୪ ବଦନାମ ବିବାଦୀୟ ବାବା, ରହିଛି ହତ୍ୟା ଓ ବଳାତ୍କାର ଅଭିଯୋଗ
21/08/2019 at 5:14 PM

ରୋହତକ .- ହରିୟାନାରେ ବାବାମାନେ ବେଶ୍ ପ୍ରସିଦ୍ଧ । ଏମାନଙ୍କ ମଧ୍ୟରୁ ଏପରି ବାବା ଅଛନ୍ତି ଯେଉଁମାନେ ଲୋକଙ୍କର ବିଶ୍ୱାସର ଖରାପ ଫାଇଦା ଉଠାନ୍ତି । ହରିୟାନାର ଏହି ବାବାମାନଙ୍କର ଭବିଷ୍ୟତ ଏବେ ଭଲ ନାହିଁ । ଏମାନଙ୍କ ଭିତରୁ କେତେଜଣ ଜେଲରେ ଥିବା ବେଳେ ଆଉ କେତେଜଣ ପୁଲିସ ଭୟରେ ଫେରାର ହୋଇଯାଇଛନ୍ତି ।
ହରିୟାନାର ଏପରି ଜଣେ ବାବା ବା ଧର୍ମଗୁରୁ ହେଉଛି ବାବା ଜ୍ୟୋତିଗିରି ମହାରାଜା । | ଗୁରୁଗ୍ରାମ ବେହୋଡା ଅଞ୍ଚଳର ବାବା ଜ୍ୟୋତିଗିରି ମହାରାଜାର ଆଶ୍ରମ । ଏହି ବାବାଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ରହିଛି । ବାବାଙ୍କର ୧୦ରୁ ଅଧିକ ଅଶୀଳ୍ଳ ଭିଡିଓ ଭାଇାରାଲ ହୋଇଛି । ଏହାପରଠାରୁ ବାବା ଫେରାର ହୋଇଯାଇଛି । ଏହି ବାବାର ଦେଶର ବିଭିନ୍ନ ସ୍ଥାନରେ ଆଶ୍ରମ ରହିଛି । ଅନେକ ମନ୍ତ୍ରୀ ଓ ନେତା ବାବାଙ୍କର ଅନୁପଥଗାମୀ । ଏହି କଥା ପ୍ରଘଟ ହେବାପରେ ବେହୋଡା ଅଞ୍ଚଳରେ ଅଶାନ୍ତି ଦେଖାଦେଇଛି । ଆଶ୍ରମକୁ ତୁରନ୍ତ ବନ୍ଦ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।


ହରିୟାନାରେ ବେଶ୍ ବଡ ଆଶ୍ରମ କରିଥିବା ଆଉଜଣେ ବାବା ହେଉଛି ଗୁରୁମିତ୍ ରାମ ରହିମ୍ , ନାଁଟା ବେଶ୍ ଭଲ ରଖିଥିବା ଏହି ବାବାର କାମ କିନ୍ତୁ ଅତି ଖରାପ । ଏହି ବାବା ଆଶ୍ରମରେ ଯୁବତୀମାନଙ୍କୁ ରଖି ପ୍ରତିଦିନ ଯୌନ ଶୋଷଣ କରୁଥିଲା । ଏହି ଖବର ପ୍ରକାଶ କରିଥିବା ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିଲା । ବାବା ନାମରେ ଦୁଇଜଣ ପୀଡିତା ଅଭିଯୋଗ କରିଥିଲେ । ସିବିଆଇ ତଦନ୍ତ ପରେ ମାମଲା ଉପରୁ ପରଦା ଉଠିଥିଲା । ଏହାପରେ ତାଙ୍କ ସମର୍ଥକମାନେ ପ୍ରବଳ ହିଂସାକାଣ୍ଡ କରିଥିଲେ । ଏବା ସେ ଜେଲ୍ ମଧ୍ୟରେ ସଜ୍ଜା କାଟୁଛି ।

ହରିୟାନାରେ ଆଉଜଣେ କଥିତ ଧର୍ମଗୁରୁ ହେଉଛି ରାମପାଲ । ରାମପାଲନାମରେ ହିଂସାକାଣ୍ଡ ଭିଆଉଥିବା ଅଭିଯୋଗ ରହିଛି । ଅଦାଲତଙ୍କ ନିର୍ଦେଶ ଅବମାନନା ମାମଲାରେ ରାମପାଲ ଜେଲ୍ରେ ରହିଛି । ରାମପାଲକୁ ଗିରଫ କରିବା ପାଇଁ ପୁଲିସକୁ ଅନେକ କଷ୍ଟ କରିବାପାଇଁ ପଡିଥିଲା । ରାମପାଲର ଆଶ୍ରମରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ତା ଆଶ୍ରମରୁ ଅନେକ ଆପତ୍ତିଜନକ ସାମଗ୍ରୀ ଏବଂ ଔଷଧ ଜବତ କରାଯାଇଥିଲା। ଏବେ ରାମପାଲ ଅନେକ ଅଭିଯୋଗରେ ଜେଲ୍ରେ ।
କୈଥଲର ବାତ୍ରା ଗାଁର ମହନ୍ତ ବାବା ସୋମପୁରୀଙ୍କ ନାମରେ ଅଶୀଳ୍ଳ ଭିଡିଓ ଉତ୍ତୋଳନ କରିବା ଓ ଯୌନଶୋଷଣ କରିବା ଅଭିଯୋଗ ରହିଛି। ଏହି ଭଣ୍ଡ ବାବାଙ୍କର ଅନେକ ଭିଡିଓ ଭାଇରାଲ୍ ହୋଇଥିଲା । ହୋଟେଲରେ ନିଶାପାନ କରି ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ବାବାର ଭିଡିଓ ଭାଇରାଲ ହୋଇଛି । ପୁଲିସରେ ଅଭିଯୋଗ ବି ହୋଇଛି ।ମାତ୍ର ବାବା ଏବେ ଫେରାର ।
