Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ଜ୍ୱାଲା ଗୁଟ୍ଟା, ଲୋକେ କହୁଛନ୍ତି ‘ହାଫ କରୋନା’

7/04/2020 at 2:08 PM

ଗୌହାଟୀ : ଚୀନ ଉହାନରୁ ବ୍ୟାପିଥିବା କରୋନା ସଂକ୍ରମଣ ଏବେ ବିଶ୍ୱର ଅନେକ ଦେଶକୁ ପହଞ୍ଚିସାରିଲାଣି। କରୋନାଜନିତ ପରିସ୍ଥିତି  ବିଶ୍ୱର ଅର୍ଥନୀତିକୁ ଏବେ ଦୋହଲାଇ ଦେଇଛି। ଯେହେତୁ ଭୂତାଣୁ ଚୀନରୁ ସଂକ୍ରମିତ ହୋଇଛି, ଏଣୁ ଲୋକେ ଏବେ ଚୀନ ଉପରେ ଖୁବ୍ ଅସନ୍ତୁଷ୍ଟ ଅଛନ୍ତି। ଏଥିରୁ ଭାରତୀୟ ବି ବାଦେ ନାହାନ୍ତି। ଚୀନ ଲୋକଙ୍କ ବିରୋଧରେ ସୋସିଆଲ ମିଡିଆରେ ନାନା ଟିକା ଟିପ୍ପଣୀ ହେଉଥିବା ବେଳେ ପ୍ରଶିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଲା ଗୁଟ୍ଟା ଏବେ ଖୁବ୍  ଟ୍ରୋଲ ହେଉଛନ୍ତି। 

ଜ୍ୱାଲାଙ୍କ ମା ଚୀନର ହୋଇଥିବା ବେଳେ ପିତା ଭାରତୀୟ। ଏଣୁ ଲୋକେ  ଜ୍ୱାଲାଙ୍କୁ ସୋସିଆଲ ମିଡିଆରେ ‘ହାଫ କରୋନା’ ନାମରେ ନାମିତ କରିବା ଏବେ ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି। ଏ ନେଇ ଜ୍ୱାଲା ଏକ ଇଂରାଜୀ ଦୈନିକ ଖବର କାଗଜରେ ସ୍ତମ୍ବ ଲେଖିଛନ୍ତି। ଯେଉଁଥିରେ ଲୋକେ ପୂର୍ବୋତ୍ତର ଓ ତାଙ୍କୁ ଟ୍ରୋଲ କରୁଥିବା ସୂଚିତ କରିଛନ୍ତି। ଲୋକେ ତାଙ୍କୁ ଆଗରୁ ଚିଙ୍କି, ହାଫ ଚାଇନା ଓ ଚାଇନା ମାଲ ବୋଲି କହୁଥିବା ବେଳେ ଏବେ ତାଙ୍କୁ ହାଫ କରୋନା କହି ଟ୍ରୋଲକରୁଥିବା ଉଲ୍ଲେଖ କରିଛନ୍ତି।

ତେବେ ସେହି ଲୋକେ ତାଙ୍କୁ ଟ୍ରୋଲ କରୁଛନ୍ତି ଯେଉଁମାନେ ତାଙ୍କୁ ବାହାରେ ଦେଖିଲେ ତାଙ୍କ ସହ ସେଲଫି ନେଉଛନ୍ତି ବୋଲି ସେ କହିଛନ୍ତି। ହେଲେ ବିଦେଶରେ ଯଦି ଲୋକେ ଆମକୁ ଟିବି କ୍ୟାରିୟର ଅଥବା ମେଲେରିଆ କହି ଡାକିବେ ଆମକୁ କେମିତି ଲାଗିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଏପରି କଲେ ଘୃଣା ବ୍ୟାପେ ବୋଲି କହିଛନ୍ତି ଜ୍ୱାଲା।

   Related Posts