ଶିଳାନ୍ୟାସ ଉତ୍ସବକୁ ମିଳିନଥିଲା ନିମନ୍ତ୍ରଣ, ଏମିତି ବଦ୍‌ଲା ନେଲେ ବଦ୍‌ଲାପୁର ବିଧାୟକ

Published By : Prameya-News7 Bureau | December 27, 2020 IST

ଜୋନ୍‌ପୁର ୨୭/୧୨: ‘ବଦ୍‌ଲାପୁର’ କେବଳ ଏକ ସ୍ଥାନ ପାଇଁ ନୁହେଁ ବରଂ ଲୋକପ୍ରିୟ ହିନ୍ଦୀ ଫିଲ୍ମ ‘ବଦ୍‌ଲାପୁର’ ପାଇଁ ବେଶ୍‌ ପରିଚିତ । କିନ୍ତୁ ପୁଣି ଥରେ ‘ବଦ୍‌ଲାପୁର’ ଚର୍ଚ୍ଚାକୁ ଆସିଛି। ଭୂମି ପୂଜନରେ ନଡାକିବାରୁ ବଦ୍‌ଲା ନେଇଗଲେ ବଦ୍‌ଲାପୁର ବିଧାୟକ। ଏକ ଗେଟ୍ ନିର୍ମାଣ ପାଇଁ ହେବାକୁ ଥିବା ଶିଳାନ୍ୟାସ‌ ଉତ୍ସବକୁ ବିଧାୟକଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ବାଲୁଆ ଗାଁରେ ଭୂମି ପୂଜନ ଉତ୍ସବରେ ବିଜେପି ବିଧାୟକ ରମେଶ ଚନ୍ଦ୍ର ମିଶ୍ରଙ୍କୁ ନିମନ୍ତ୍ରଣ ହୋଇନଥିଲା ବେଳେ ସେ ସେହି ସ୍ଥାନରେ ପହଞ୍ଚି ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।

ଭୂମି ପୂଜନ ସ୍ଥାନରେ ପହଞ୍ଚି ଗୁଣ୍ଡାଗର୍ଦ୍ଦି କରିବା ସହ ପୂଜା ସାମଗ୍ରୀକୁ ଗୋଇଠା ମାରି ‘ବଦ୍‌ଲା’ ନେଲେ ବିଧାୟକ । ନାମ ଫଳକରେ ବିଧାୟକଙ୍କ ନାଁ ବି ନଥିଲା। ଏଥିରେ ଉତକ୍ଷିପ୍ତ ହୋଇଥିଲେ ରମେଶ। ରମେଶଙ୍କ ଏଭଳି କାର୍ଯ୍ୟକୁ ଲୋକେ ନାପସନ୍ଦ କରୁଥିବା ବେଳେ ଏନେଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।

wp:embed {"url":"https://twitter.com/srspdkt/status/1343016847218634756","type":"rich","providerNameSlug":"twitter","responsive":true,"className":""}
https://twitter.com/srspdkt/status/1343016847218634756
/wp:embed

‘ସହିଦ ସ୍ମାରକ’ ଗେଟ୍‌ ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଚାଲୁଥିବା ନେଇ ରମେଶ ଜାଣିବା ପରେ ସ୍ଥାନୀୟ ବିଧାୟକ ହିସାବାରେ ତାଙ୍କୁ ନିମନ୍ତ୍ରଣ ହୋଇନଥିବାରୁ ସେ ରାଗି ଯାଇଥିଲେ। ସେଠାକାର ଲୋକଙ୍କୁ ରମେଶ ପ୍ରଶ୍ନ କରିଥିଲେ ଯେ, ମୋ ନିର୍ବାଚନ ମଣ୍ଡଳୀରେ ଏକ କାର୍ଯ୍ୟ ହେଉଥିବା ବେଳେ ସେଠାକାର ଲୋକ ପ୍ରତିନିଧିଙ୍କ ନାଁ ଫଳକରେ ରହିବା କଥା କି ନୁହେଁ ? ତେବେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବେ ବୋଲି କହିଥିଲେ ରମେଶ।

ଅନ୍ୟପଟେ ରମେଶ ମିଶ୍ରଙ୍କ ଏଭଳି ବ୍ୟବହାରକୁ ଦୃଢ଼ ନିନ୍ଦା କରିଛନ୍ତି କଂଗ୍ରେସ ନେତା ପ୍ରଭାତ ବିକ୍ରମ ସିଂହ। ଜଣେ ଲୋକଙ୍କ ସେବକଙ୍କ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ। ଆଗାମୀ ନିର୍ବାଚନରେ ଜନତା ତାଙ୍କୁ ବୁଦ୍ଧି ଶିଖାଇବେ ବୋଲି ମଧ୍ୟ କହିଛନ୍ତି ପ୍ରଭାତ ସିଂହ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.