ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ

Published By : Prameya-News7 Bureau | May 11, 2021 IST

ଭଦ୍ରକ ୧୧।୫: ଭଦ୍ରକରେ ବଧୂହତ୍ୟା ଅଭିଯୋଗ । ଝିଅକୁ ଶ୍ବଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ବାପା । ଶାଶୁ ଓ ଦୁଇ ପୁଅ ହତ୍ୟା କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ପିରାହାଟ ଥାନା ମାଲପୁର ଗାଁର ସୁଧାରଞ୍ଜନ ମହାନ୍ତିଙ୍କ ଝିଅ ପ୍ରଜ୍ଞାସିନୀ କେଉଁଝର ଜିଲ୍ଲା ଅଂରା ଗାଁର ଖଗେଶ୍ବର ଜେନାଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟ ସ୍ବାମୀ-ସ୍ତ୍ରୀ ଭଦ୍ରକ ସହରର ମୋଟେଲ ଛକ ନିକଟରେ ଭଡା ଘରେ ରହୁଥିଲେ । ତେବେ  ପ୍ରଜ୍ଞାସିନୀ ବାଥରୁମରେ ପଡିଯାଇଥିବା ନେଇ ତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ପରେ ପ୍ରଜ୍ଞାସିନୀଙ୍କ ବାପା ଭଦ୍ରକ ମେଡିକାଲରେ ପହଞ୍ଚିବା ବେଳକୁ ତାଙ୍କ ଝିଅକୁ ମୃତ ଘୋଷଣା କରାଯାଇଥିଲା । ଏନେଇ ପ୍ରଜ୍ଞାସିନୀଙ୍କ ବାପା ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ଟାଉନ ଥାନାରେ ଲିଖିତ ଏତଲା ଦେଇଛନ୍ତି । ତେବେ ମୃତକଙ୍କ ଶ୍ବଶୁର ଘର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.