କାୟା ବିସ୍ତାର କରୁଛି କରୋନା : ୯ ଶହ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଘାରିଛି ଶ୍ରମିକଙ୍କ ଘର ବାହୁଡା ଚିନ୍ତା

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮। ୦୩: ଭାରତରେ ମଧ୍ୟ ଦିନକୁ ଦିନ କରୋନା ତା’ର କାୟ ବିସ୍ତାର କରୁଛି । ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯ଶହ ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ କରୋନା ଲଢ଼େଇ ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଥିବାରୁ ଏବେ ବିଭିନ୍ନ ସ୍ଥାନରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ବଢ଼ିଯାଇଛି । ଆଜି ଦିଲ୍ଲୀରୁ ଉତ୍ତରପ୍ରଦେଶ ବାହାରିଥିବା ଶ୍ରମିକମାନଙ୍କ ଅସମ୍ଭାଳ ଅବସ୍ଥା ସକ୍ରମଣ ଭୟକୁ ଅଧିକ ବଢ଼ାଇଦେଇଛି ।

{"id":245589,"sizeSlug":"large"}

କରୋନା କବଳରେ ସାରା ଦେଶ । ୯ଶହ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା । ତା ସହ ତାଳ ଦେଇ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଭାରତ ଲକ୍ଡାଉନର ଆଜି ହେଉଛି ଡେ=ଫୋର୍ । କରୋନା ଲଢ଼େଇ ପାଇଁ ଲକ୍ଡାଉନ ହୋଇଛି । ଲୋକେ ଘର ଭିତରେ ବନ୍ଦ ହୋଇ ରହିଛନ୍ତି । ହେଲେ ସବୁ ଯାଗାରେ କାମ ବନ୍ଦ ଯୋଗୁଁ ଏବେ ସେସବୁ ସ୍ଥାନରେ କାମ କରୁଥିବା ଶ୍ରମିକ ଘରକୁ ଯିବା ପାଇଁ ନାନା ପ୍ରକାର ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି ।

{"id":245590,"sizeSlug":"large"}

ଦିଲ୍ଲୀରୁ ଶହ ଶହ ସଂଖ୍ୟାରେ ଘରକୁ ବାହୁଡ଼ିବାକୁ ଥିବା ଶ୍ରମିକମାନଙ୍କ ପାଇଁ ସରକାର ବସ୍ ସୁବିଧା ତ କରିଛନ୍ତି । ହେଲେ ଲୋକସଂଖ୍ୟା ଠାରୁ ବସ ସଂଖ୍ୟା ଖୁବ୍ କମ୍ । ତେଣୁ ପରିସ୍ଥିତି ଏଭଳି ହୋଇଛି ଯେ, ସାମାଜିକ ଦୂରତା କଥା ସମସ୍ତେ ଭୁଲି ଭିଡ଼ ଭିତରେ ସମସ୍ତେ ଧସ୍ତାଧସ୍ତି, ଠେଲାପେଲା ହେବା ପର୍ଯ୍ୟନ୍ତ ବି କଥା ଯାଇଛି । ପଂଝା ପଂଝା ଲୋକ କିଏ କ୍ଷୀର ଟ୍ୟାଙ୍କରରେ ଚଢ଼ିଯାଉଛନ୍ତି ତ ଆଉ କିଏ ଗ୍ୟାସ୍ ଟ୍ରକ୍ରେ । ଆଉ ଯିଏ ଗାଡ଼ିରେ ଯାଗା ପାଇଲେନି ସେମାନେ ରିକ୍ସାରେ ଏମିତି ବୋଝେଇ ହୋଇ ଘରମୁହାଁ ହୋଇଛନ୍ତି ।

{"id":245591,"sizeSlug":"large"}

ଦିଲ୍ଲୀରୁ ଉତ୍ତରପ୍ରଦେଶ ଯିବାକୁ ବାହାରିଥିବା ହଜାର ହଜାର ଶ୍ରମିକଙ୍କ କରୁଣ ଚିତ୍ର । ନା କରୋନାର ଡର, ସଂକ୍ରମିତ ହେବାର ଚିନ୍ତା । ଲକ୍ଡାଉନ୍ ଯେମିତି ସେମାନଙ୍କୁ ଅଣନିଶ୍ବାସୀ କରିଦେଇଛି । ଜଣା ନାହିଁ କାଲି କ’ଣ ହେବ । ଏମିତିରେ ସମସ୍ତଙ୍କୁ ନିଜଘରକୁ ଫେରିବାର ଚିନ୍ତା ଘାରିଛି । ଯିଏ ଯାହା ପାଇଲେ ହାତରେ ଧରି ମୁଣ୍ଡରେ ଲଦି ବାହାରିପଡ଼ିଲେ ଘରକୁ । ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଜୀବନ ବଞ୍ଚାଇବା ପାଇଁ ଏଇ ଲୋକମାନଙ୍କ ଏଭଳି ପ୍ରୟାସକୁ ଦେଖିଲେ ଲାଗୁଛି ଯେମିତି ଏମାନଙ୍କ ପାଇଁ ଅର୍ଥ ହୀନ ହୋଇପଡ଼ିଛି ସାମାଜିକ ଦୂରତା । ସେପଟେ ପ୍ରବାସୀ ଶ୍ରମିକଙ୍କ ପାଇଁ ରହିବା ଖାଇବା ଏବଂ ଚିକିତ୍ସା ସୁବିଧା କରିବା ପାଇଁ ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଥି ପାଇଁ ଏସଡିଆରଏଫ୍ ଫଣ୍ଡକୁ ଖର୍ଚ୍ଚ କରିପାରିବେ ସମସ୍ତ ରାଜ୍ୟ ସରକାର ।

{"id":245596,"sizeSlug":"large"}

ସେପଟେ ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ମହାରାଷ୍ଟ୍ର ଓ କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ସେହିଭଳି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ରେଳ ବିଭାଗ ଏକ ଅଭିନବ ଉପାୟ ଚିନ୍ତା କରିଛି । ଟ୍ରେନ୍ରେ ଥିବା ନନ୍ଏସି ବଗିଗୁଡ଼ିକରେ ଆଇସୋଲେସନ ଓ୍ବାର୍ଡ଼ ପ୍ରସ୍ତୁତ କରାଯାଉଛି । ଏହିଭଳି ୩ଲକ୍ଷ ଆଇସୋଲେସନ ଓ୍ବାର୍ଡ଼ ପ୍ରସ୍ତୁତ କରାଯାଇପାରିବ ବୋଲି ଯୋଜନା କରୁଛି ରେଲଓ୍ବେ ।

{"id":245597,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.