Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ନୀଳଗିରିରେ ବଢିଚାଲିଛି ପଥର ଓ ମୋରମର ଚୋରା କାରବାର

12/11/2020 at 2:28 PM

ନୀଳଗିରି ୧୨।୧୧: ନୀଳଗିରି ଅଞ୍ଚଳରେ ବଢିଚାଲିଛି ଚୋରା ପଥର ଓ ମୋରମ କାରବାର । ବାଲେଶ୍ୱର ଜିଲ୍ଲା ରାଜସ୍ୱ ବିଭାଗ ଓ ପୋଲିସ ପ୍ରଶାସନ ମଧ୍ୟରେ ସମନ୍ୱୟ ଅଭାବରୁ ଏହି ଅଞ୍ଚଳରେ ବଢିଚାଲିଛି ଚୋରା କାରବାର । ପୋଲିସ ପାଟ୍ରୋଲିଂ କରୁଥିବା ସତ୍ୱେ ବି ଲଗାମ ଲାଗିପାରୁନି । ଥାନା ଆଗରେ ଶହ ଶହ ଗାଡି ଚୋରା ସାମଗ୍ରୀ ନେଇ ଯାଉଛନ୍ତି । ତେବେ ଏପରି ରାଜସ୍ୱହାନୀକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ବାଲେଶ୍ୱର ଜିଲ୍ଲାରେ ନୀଳଗିରି ରାଜସ୍ୱ ବିଭାଗ ଓ ପୋଲିସ ପ୍ରସାସନ ମଧ୍ୟରେ ସମନ୍ୱୟର ଅଭାବ କାହାକୁ ଅଛପା ନାହିଁ । ଏକଥା ନିଜେ ଉପଜିଲ୍ଲାପାଳ ଓ ତହସିଲଦାର ମଧ୍ୟ ସ୍ୱୀକାର କରିଛନ୍ତି । ଯାହାର ସୁଯୋଗ ନେଇ ଭରପୁର ଫାଇଦା ଉଠାଉଛନ୍ତି ମୋରମ, ପଥର, ବାଲି ମାଫିଆ । ସୋନନଦୀରୁ ଦୈନଦିନ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହେଉଛି । ବାଗୁଡ଼ି ଅଞ୍ଚଳରେ ବିନା ପରମିଟରେ ବେଆଇନ୍‌ ଭାବେ ପଥର ବୋଝେଇ ଟ୍ରକ ନୀଳଗିରି ଥାନା ଆଗରେ ଦେଇ ଯାଉଛି । ସମସ୍ତ ଘଟଣାକୁ ସଂପର୍କରେ ତହସିଲଦାର ମଧ୍ୟ ଜାଣିଛନ୍ତି, କିନ୍ତୁ ପୋଲିସର ସହଯୋଗକୁ ଦୋଷ ଦେଇ ଖସିଯାଇଛନ୍ତି ।

ସେହିପରି ମିତ୍ରପୁର ଅଞ୍ଚଳରେ ମଧ୍ୟ ରାଜସ୍ୱହାନୀ ହେଉଛି । ରାଜସ୍ୱ ବିଭାଗ ଏହି ଅଞ୍ଚଳର ବେଆଇନ ପଥର କିମ୍ବା ବାଲି ଟ୍ରକ ଧରିଲେ ୧୫ ରୁ ୩୦ ହଜାର ଫାଇନରେ ସୀମିତ ଥିବା ବେଳେ ଅନ୍ୟ ଅଞ୍ଚଳରେ ଟ୍ରକକୁ ଲକ୍ଷାଧିକ ଟଙ୍କାର ଜୋରିମାନା ହେଉଥିବା ଅଭିଯୋଗ ଉଠିଛି। ସେହିଭଳି ନୀଳଗିରି ପୋଲିସ କର୍ମଚାରୀ ଅଭାବ କହି ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରୁନଥିବା କହି ସୋନ ନଦୀରୁ ବାଲି ଚୋରି ରୋକିବା ରେ ଅସମର୍ଥ ବୋଲି ସ୍ୱୀକାର  କରିଛନ୍ତି ।

ତେବେ ଦୁଇଦିନ ତଳେ ରାତିରେ ତିନୋଟି ପଥର ବୋଝେଇ ଟ୍ରକ ଜବତ କରିଥିଲା , ହେଲେ ବାଲିଚୋରି ସ୍ଥଳକୁ ଯାଇ କାର୍ଯ୍ୟାନୁଷ୍ଠାନ ନହେବା ଅନେକକୁ ବିସ୍ମିତ କରିଛି। ଟ୍ରକ ଧରିବା ଓ ଫାଇନ ନେଇ ରାଜସ୍ୱ ଆଦାୟ କରିବା ନୀଳଗିରି ତହସିଲ ସୀମିତ ରହିଥିବା ବେଳେ ପୋଲିସ ଏଥର ଦୃଢ଼ କାର୍ଯ୍ୟନୁଷ୍ଠାନ ନେଇଛି । ଜବତ ତିନୋଟି ଟ୍ରକକୁ ନେଇ ୩୭୭,୩୭୮,୩୭୯ ନମ୍ବର ମାମଲା ରୁଜୁ ହେବା ସହ ପରମାନନ୍ଦ ସିଂ,ପିତାମ୍ବର ମଢୁଆଳ, ଵିଘ୍ନେସ୍ୱର ଦାସ,ଦିପୁ ମୁର୍ମୁ ଓ ଭାସ୍କର ଧାଉଁଡ଼ିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ୱାଗତ କରିଛନ୍ତି ।

   Related Posts