Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବଧୂ ହତ୍ୟା ଘଟଣାରେ ସ୍ବାମୀ ଗିରଫ: ଅଧିକ ତଥ୍ୟ ପାଇଁ ଖୋଳତାଡ଼ ଆରମ୍ଭ କଲା ପୁଲିସ୍

21/09/2020 at 5:08 PM

 ଭୁବନେଶ୍ବର୨୧/୯:  ଭୁବନେଶ୍ବର ତମାଣ୍ଡୋ ଯୌତୁକ ପାଇଁ ବଧୂ ହତ୍ୟା ଘଟଣାରେ ପୋଲିସ କର୍ମଚାରୀ ବିଜୟ ଗୋଚ୍ଛାୟତଙ୍କ ପୁଅ ଗିରଫ। କମିଶନରେଟ୍ ପୋଲିସ ଯାମିନୀ ଜେନାଙ୍କୁ  ଗିରଫ କରିଛି।ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ।

 ନବ ବଧୂ ହତ୍ୟା ଘଟଣାରେ ପରିବାର ଲୋକେ ତମାଣ୍ଡୋ ଥାନାରେ ଏତଲା ଦେଇଥିଲେ। ପୁଲିସ୍ ମାମଲା ରୁଜୁ କରିବା ସହ ଆଜି ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ଗତକାଲି କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କ ଶବ ବ୍ୟବଚ୍ଛେଦ  ହୋଇଥିଲା।ମୃତ ମହିଳାଙ୍କ ବେକରେ ରଶି ଲଗା ଦାଗ ସ୍ପଷ୍ଟ କରୁଥିଲା ଯେ, ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଛି। ୮ ମାସ ତଳେ ଦୁହିଁଙ୍କ ବାହାଘର ହୋଇଥିଲା।

ସ୍ବାମୀ ଏବଂ ଶ୍ବଶୁର ମିଶି ଯୌତୁକ ନିର୍ଯାତନା ଦେଉଥିବା ମୃତ ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ବର୍ତ୍ତମାନ ପୁଲିସ୍ ମୃତ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିବା ସହ ଅଧିକ ତଥ୍ୟ ପାଇଁ ଖୋଳତାଡ଼ ଆରମ୍ଭ କରିଛି। ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି ନା ଅନ୍ୟ କିଛି କାରଣ ଅଛି, ଏହି ସବୁ ଘଟଣାର ଛାନଭିନ୍ ଆରମ୍ଭ କରୁଛି ପୁଲିସ।

   Related Posts