ବଡ଼ବିଲ ପୋଲିସ୍‌ର ବଡ଼ ସଫଳତା: ପେଟି ପେଟି ବେଆଇନ୍‌ କଫ୍‌ ସିରପ୍ ଏବଂ ବଟିକା‌ ଜବତ, ୩ ଗିରଫ

Published By : Prameya-News7 Bureau | April 27, 2020 IST

ବଡ଼ବିଲ୨୭/୪: ଲକ୍‌ଡାଉନ୍‌ରେ ବଢ଼ୁଛି ନିଶା କାରବାର। ଲକଡାଉନ୍‌ ଯୋଗୁଁ ମଦକ ଦ୍ରବ୍ୟ ଦୋକାନ ବନ୍ଦ ରହିଛି। କିନ୍ତୁ ଏହ ସମୟରେ ରାଜ୍ୟର କେତକ ସ୍ଥାନରେ ବେଆଇନ୍ କଫ୍ ସିରପ୍ ଓ ବଟିକା ବିକ୍ରୟ ହେଉଥିବା ଅଭିଯୋଗ ଆସିଛି। ଏ ନେଇ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଚଢ଼ଉ ମଧ୍ୟ କରାଯାଉଛି । ବଡ଼ବିଲ ପୋଲିସ୍‌ ଏଭଳି ଏକ ରାକେଟର ପର୍ଦ୍ଦାଫାଶ କରିଛି।  ମିଳିଥିବା ସୂଚନା ଅନୁଯାୟୀ, ବଡ଼ବିଲ ଅଞ୍ଚଳରେ ନିଶା ସେବନ ପାଇଁ ସାଇରେକ୍ସ କାଶ ସିରପ୍ ଓ ଆଲପ୍ରାଜୋଲାମ୍ ବଟିକା ବିକ୍ରି ହେଉଥିବା ଅଭିଯୋଗ ଆସିବା ପରେ ବଡ଼ବିଲ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା।

{"id":260970,"sizeSlug":"large"}

ତେବେ ଏହି କାରବାରରେ ସଂପୃକ୍ତ୨ ଜଣ ଯୁବକ, ଠାକୁରାଣୀ ଅଞ୍ଚଳର ହରପାଲ ସିଂହ ଓ ନ୍ୟୁମାର୍କେଟ ଅଞ୍ଚଳର ଏମ୍ ଡି ଗୁଲାମକୁ ବଡ଼ବିଲ ପୋଲିସ ଗିରଫ୍ କରିବା ସହ ସେମାନଙ୍କ ନିକଟରୁ ୮୫ ବୋତଲ ସାଇରେକ୍ସ କାଶ ସିରପ ଓ ଆଲପ୍ରାଜୋଲାମ୍ ଟ୍ୟାବଲେଟ୍ ଜବତ୍ କରି ପଚରାଉଚାରା ଚଳାଇଥିଲା।  ଏମାନେ ଏହି ସିରପ୍ ଓ ଟ୍ୟାବଲେଟ୍ ସୀମାବର୍ତ୍ତୀ ଝାଡ଼ଖଣ୍ଡ ବଡ଼।ଜାମଦା ଅଂଚଳରେ ଏକ ବିଶ୍ବାସ ମେଡିସିନ ଦୋକାନରୁ ଆଣି ବିକ୍ରି କରୁଥିବା କହିବା ପରେ ସଂପୃକ୍ତ ଔଷଧ ଦୋକାନୀ ପରିତୋଷ ବିଶ୍ବାସକୁ ମଧ୍ୟ ଗିରଫ୍ କରିଥିଲା ବଡ଼ବିଲ ପୋଲିସ। ସୋମବାର ସଂପୃକ୍ତ ୩ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.