ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ବଡଚଣା ପୋଲିସର ଫ୍ଲାଗ୍ ମାର୍ଚ୍ଚ

Published By : Prameya-News7 Bureau | April 28, 2019 IST

ଚଣ୍ଡିଖୋଲ ୨୮|୪: ଆସନ୍ତାକାଲି ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହେବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ଯାଜପୁର ଜିଲ୍ଲା ବଡଚଣା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚୂଡାନ୍ତ ସରିଛି। ବଡଚଣା, ବାଲିଚନ୍ଦ୍ରପୁର, ବୈରୀ ଆଦି ୩ ଗୋଟି ଥାନାରେ କେନ୍ଦ୍ରୀୟ ସୁରକ୍ଷା ବଳ, ଆଇ.ଟି.ବି.ପିର ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ବଡଚଣା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

{"id":108287}

ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ ମଧ୍ୟ ହୋଇଛି । ବଡଚଣା ବିଧାନସଭା ଆସନରେ ମୋଟ୍ ୧ ଲକ୍ଷ ୪୩ ହଜାର ୨୩୪ ଭୋଟର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.