Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଲକ୍‌ଡାଉନ୍ ନିୟମ ଭାଙ୍ଗିଲେ ବଡଚଣା ଥାନାର ଆଇଆଇସି: ପୁରୀ ସିଂହ ଦ୍ବାର ଥାନାରେ ଅଟକ

19/04/2020 at 9:04 PM

ବଡ଼ଚଣା୧୯/୪: ଶ୍ରୀମନ୍ଦିର ଲକଡାଉନ୍ କଟକଣାକୁ ଉଲଂଘନ କରିଛନ୍ତି ଖୋଦ୍ ଥାନା ଅଧିକାରୀ।  ଆଇନ୍ ଭାଙ୍ଗିଛନ୍ତି ଆଇଆଇସି।  ବଡ଼ଚଣା ଥାନା ଅଧିକାରୀ ପରିବାର ସହ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଦକ୍ଷିଣଦ୍ବାର ଦେଇ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।  ପୁରୀ ସିଂହ ଦ୍ବାର ଥାନାରେ ଆଇଆଇସି ଓ ତାଙ୍କ ପରିବାର ଲୋକ ଅଟକ ରହିଛନ୍ତି।  ଏଠି ପ୍ରଶ୍ନ ଉଠୁଛି ସାରା ରାଜ୍ୟରେ ଲକ୍‌ଡାଉନ୍ ଚାଲିଥିବା ବେଳେ ଜଣେ ଥାନ ଅଧିକାରୀ ମନ୍ଦିର ଭିତରକୁ ପ୍ରବେଶ କଲେ କେମିତି? ପ୍ରତିଦିନ ଯେଉଁ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ, ଆଜି ସେହି ବଡଦାଣ୍ଡ ଖାଁ ଖାଁ ଲାଗୁଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ କରୋନା ପାଚେରୀ ହୋଇ ଛିଡ଼ା ହୋଇଛି। ତେଣୁ ସାଧାରଣ ଲୋକେ ପୁରୀ ଶ୍ରୀ ମନ୍ଦିରକୁ ପ୍ରବେଶ ନିଷେଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଣେ ଥାନା ଅଧିକାରୀ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି।

   Related Posts