ବୈତରଣୀ ନଦୀ ପାର ହେବା ବେଳେ ସୁଅରେ ଭାସିଗଲେ, ଝାଡଖଣ୍ଡ ସୀମାନ୍ତରୁ ମିଳିଲା ମୃତଦେହ

Published By : Prameya-News7 Bureau | August 05, 2020 IST

ବଡବିଲ ୫।୮: ବୈତରଣୀ ନଦୀ ପାର ହେବା ବେଳେ ସୁଅରେ ଭାସି ଚାଲିଗଲା ଜୀବନ । ମୃତକ ହେଉଛନ୍ତି ଚମ୍ପୁଆ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଦୁଖବନ୍ଧୁ ନାଏକ । ତାଙ୍କ ବୟସ ୫୦ ବର୍ଷ ।

{"id":310234,"sizeSlug":"large"}

ଗତକାଲି ଦୁଖବନ୍ଧୁ କୌଣସି କାମରେ ବୈତରଣୀ ନଦୀ ପାରିହୋଇ ଝାଡ଼ଖଣ୍ଡ ଅଂଚଳକୁ ଯାଇଥିଲେ । ତେବେ ସେତେବେଳକୁ ନଦୀରେ ପାଣି କମ୍ ରହିଥିଲା । ମାତ୍ର ସଂଧ୍ୟାରେ ନଦୀ ପାରି ହୋଇ ଘରକୁ ଫେରିବା ସମୟରେ ନଦୀରେ ପାଣି ବୃଦ୍ଧି ପାଇଥିଲା । ଯାହା ସେ ଜାଣି ପରିନଥିଲେ ଏବଂ ନଈ ସୁଅରେ ଭାସି ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ବି ଦୁଖବନ୍ଧୁଙ୍କ କୌଣସି ସନ୍ଧାନ ମିଳିନଥିଲା ଏନେଇ ଚମ୍ପୁଆ ଥାନାରେ ଜଣାଇଥିଲେ ପରିବାରଲୋକ । 

{"id":310235,"sizeSlug":"large"}

ତେବେ ଆଜି ଚମ୍ପୁଆ ନିକଟବର୍ତ୍ତୀ ଗୋଧୂଳି ଗାଁ ପାଖ ବୈତରଣୀର ଅପରପାର୍ଶ୍ବରେ ଦୁଖବନ୍ଧୁଙ୍କ ମୃତଦେହଟି ଲାଖି ରହିଥିବା ଦେଖିବାକୁ ମିଳିଥିଲା । ଯହେତୁ ମୃତଦେହଟି ଝାଡ଼ଖଣ୍ଡ ଅଂଚଳରେ ଲାଖି ରହିଥଲା ତେଣୁ ଝାଡ଼ଖଣ୍ଡ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.