ନ୍ୟୁଜ୍ ୭ର ଷ୍ଟିଙ୍ଗ୍ ଅପରେସନ ପରେ କାର୍ଯ୍ୟାନୁଷ୍ଠାନ : ବଡସାହି ଆଇଆଇସି ହେଲେ ବଦଳି
12/11/2019 at 2:59 PM

ବାରିପଦା ୧୨।୧୧: ମୟୂରଭଞ୍ଜ ଜିଲ୍ଲା ବଡସାହି ଆଇଆଇସିଙ୍କ ଷ୍ଟିଙ୍ଗ୍ ଅପରେସନ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବଡସାହି ଆଇଆଇସି ବିଶ୍ବଜ ରାଉତରାୟଙ୍କୁ ବଦଳି କରାଯାଇଛି । ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବାବୁଙ୍କ ଗୁଣ୍ଡାଗିରି ନ୍ୟୁଜ୍ ୭ କ୍ୟାମେରାରେ କଏଦ ହୋଇଥିଲା । ।୨୫ରୁ ୫୦ ହଜାର ଚାନ୍ଦା ଆଦାୟ କରୁଛନ୍ତି କିରିତକର୍ମା ଥାନା ବାବୁ ବିଶ୍ବଜ କୁମାର ରାଉତରାୟ। ଏହି ଥାନାକୁ ବାବୁ ଆସିବାର ୪ ମାସ ହୋଇନି । କିନ୍ତୁ ବାବୁ ତାଙ୍କ ପାରିବା ପଣିଆ ଦେଖେଇ ସାରିଲେଣି ।
ବାଲିଘାଟ ଲିଜଧାରୀଙ୍କୁ ଥାନା ବାବୁ ବଟି ମାଗୁଛନ୍ତି । ଆଉ ନଦେଲେ ବାଟରେ ଗାଡ଼ି ଅଟକାଇ ଜବରଦସ୍ତ ଟଙ୍କା ଆଦାୟ କରୁଛନ୍ତି । ଏପରିକି ଘାଟ ମାଲିକ ଘଟଣାକୁ ବିରୋଧ କରିବାରୁ ଗିରଫ କରି ଥାନାକୁ ନେବାକୁ ଧମକ ଦେଉଛନ୍ତି । କେବଳ ଏତିକି ନୁହେଁ ବାବୁ ଦଲାଲଙ୍କ ସହ ଡାଇରେକ୍ଟ ଡିଲ୍ ମଧ୍ୟ କରୁଛନ୍ତି । କେବଳ ଏତିକି ନୁହେଁ। ବାବୁ ଲୋକଙ୍କ ବିଚ୍ ବଜାର ମଝିରୁ ଲୋକଙ୍କୁ ଉଠାଇ ଦେଶୀ ମଦ ବେପାରୀ ଦର୍ଶାଇ ଗିରଫ କରିବାକୁ ମଧ୍ୟ ଧମକ ଦେଉଛନ୍ତି ।