ବଡମ୍ବା ଥାନା ଅଧିକାରୀ କରୋନା ସଂକ୍ରମିତ, ଅନ୍ୟ ୭ କର୍ମଚାରୀଙ୍କଠାରେ ଲକ୍ଷଣ ଥିବା ଆଶଙ୍କା
28/06/2020 at 11:59 AM

ଆଠଗଡ ୨୮।୬: ରଜ୍ୟରେ ଦିନକୁ ଦିନ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଡାକ୍ତରଙ୍କ ପରେ ଏବେ କଟକରେ ଜଣେ କରୋନା ଯୋଦ୍ଧା କୋଭିଡ୍ ସଂକ୍ରମିତ ହୋଇଛନ୍ତି । ବଡମ୍ବା ଥାନା ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି । ତାଙ୍କର କରୋନା ପଜିଟିଭ୍ ଆସିବା ପରେ ତାଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଥାନାର ଅନ୍ୟ ୭ କର୍ମଚାରୀଙ୍କ ନିକଟରେ କରୋନା ଲକ୍ଷଣ ଥିବା ଆଶଙ୍କା କରାଯାଉଛି । ବଡମ୍ବା ଥାନାକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ ଯେ, ବଡମ୍ବା ଥାନାର ୪୦ ରୁ ୪୨ ଜଣ କର୍ମଚାରୀଙ୍କ ଆଜି ସ୍ବାବ୍ ଟେଷ୍ଟ କରାଯିବ । ଏହାସହ ଆଠଗଡ ଏସପି ଓ ଏବଂ ତାଙ୍କ ଡ୍ରାଇଭରଙ୍କର ମଧ୍ୟ ସ୍ଵାବ୍ ଟେଷ୍ଟ କରାଯିବ । ଏ ନେଇ ଆଠଗଡ ଏସପିଓ ଆଲୋକ ରଞ୍ଜନ ରାୟ ସୂଚନା ଦେଇଛନ୍ତି ।
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021