ବିଜେଡି ପକ୍ଷରୁ ବଡ଼ମ୍ବା ଏବଂ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

Published By : Prameya-News7 Bureau | January 20, 2022 IST

ଆଠଗଡ଼, ୨୦।୦୧: ତୃତୀୟ ଦିନରେ ବଡ଼ମ୍ବା ଏବଂ ଆଠଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଆଠଗଡ଼ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଛନ୍ତି । ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ୧୬ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡି ଦଲରୁ  ଯୋଡୁମୁ ପଞ୍ଚାୟତର ପୂର୍ବତନ ସରପଞ୍ଚ ଭଗ୍ୟଲକ୍ଷ୍ମୀ ବିଶ୍ଵାଳ, ୧୭ ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପାଳିତ ନରସିଂହପୁର ନିଜିଗଡ଼ର ସରପଞ୍ଚ ଗୀତାଞ୍ଜଳି ପାତ୍ର,୧୮ ନଂ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଏକଡାଳ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅଜୟ କୁମାର ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଅନ୍ୟପଟେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ଆଠଗଡ଼ ବ୍ଲକ ୩ ନମ୍ବର ଜୋନ୍ ପାଇଁ ବଳଭଦ୍ର ବାଘ, ତିଗିରିଆ ୧ ନମ୍ବର ପାଇଁ ସଞ୍ଜୟ ମଲ୍ଲିକ, ୨ ନମ୍ବର ଜୋନ୍ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସସ୍ମିତା ରାଉତ  ନିର୍ବାଚନ ମଇଦାନକୁ ଓହ୍ଲଇବା ପାଇଁ ପ୍ରସ୍ତୁତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.