ମୋଦି ସରକାରଙ୍କ ବିରୋଧରେ ବର୍ଷିଲେ ବାଦଲ, କହିଲେ କାହାକୁ ବି ଦେଶଦ୍ରୋହୀ ଘୋଷଣା କରିଦେଇପାରନ୍ତି ମୋଦି ସରକାର !

Published By : Prameya-News7 Bureau | December 03, 2020 IST

ଚଣ୍ଡିଗଡ ୩।୧୨: ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ସୁକବୀର ବାଦଲ ଚାଷୀ ଆନ୍ଦୋଳନକୁ ନେଇ ଗୁରୁବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦିଲ୍ଲୀ ରାଜରାସ୍ତାରେ ଚାଷୀଙ୍କ ଆନ୍ଦୋଳନ  ଅଷ୍ଟମ ଦିନରେ ପହଞ୍ଚିଛି। ହେଲେ ଏପର୍ଯ୍ୟନ୍ତ ସରକାର ଚାଷୀଙ୍କ ସହ ଆଲୋଚନା ଆରମ୍ଭ କରିନାହନ୍ତି। ଅପରପକ୍ଷେ ଦିଲ୍ଲୀକୁ ଆନ୍ଦୋଳନ ଲାଗି ଯାଉଥିବା ଚାଷୀଙ୍କୁ ଖାଲିସ୍ତାନୀ ସମର୍ଥକ କହିବାକୁ ବିଜେପି ନେତା ପଛେଇ ନାହାନ୍ତି। ଏଥିରୁ ଏପରି ମାନସିକତା ରଖୁଥିବା ଲୋକେ ଦେଶପ୍ରେମୀ ନା ଦେଶଦ୍ରୋହୀ ସହଜରେ ବୁଝା ପଡିଯାଉଛି ବୋଲି କହିଛନ୍ତି ବାଦଲ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ବାଦଲ ଚାଷୀ ଆନ୍ଦୋଳନକୁ ନେଇ ବିଜେପି ନେତାମାନେ ନାନା ବୟାନବାଜୀ କରୁଥିବା କହିଛନ୍ତି। ଏଥିରୁ ସେମାନେ ହିଁ ଦେଶପ୍ରେମୀ ଓ ଦେଶଦ୍ରୋହୀ ସାର୍ଟିଫିକେଟ୍ ଦେଉଥିବା ଅନୁଷ୍ଠାନ ଭଳି ଏବେ ପ୍ରତୀତ ହେଉଛନ୍ତି। ଚାଷୀ ସାରା ଜୀବନ ଚାଷ ଲାଗି ସମର୍ପିତ କରିଦେଇଛି। ସେମାନଙ୍କ ଲାଗି ବିଜେପି ନେତା ଏପରି ବୟାନବାଜୀ କିପରି କରିପାରୁଛନ୍ତି ବୋଲି ବାଦଲ ପ୍ରଶ୍ନ କରିଥିବା ବେଳେ ଚାଷୀଙ୍କୁ ସମ୍ମାନୀତ କରିନ ପାରିଲେ ନାହିଁ ଆତଙ୍କବାଦୀକହି ଏପରି ଅପମାନିତ ନ କରନ୍ତୁ ବୋଲି ବାଦଲ କହିଛନ୍ତି।

ଚାଷୀ ଆନ୍ଦୋଳନରେ କେବଳ ବୟସ୍କ, ବୃଦ୍ଧ ଚାଷୀ ନୁହଁନ୍ତି ମହିଳା ବି ସାମିଲ ହୋଇଛନ୍ତି। ଏହି ମହିଳାମାନଙ୍କୁ ଖାଲିସ୍ତାନ ଆନ୍ଦୋଳନରେ କେବେ କିଏ ଦେଖିଛି ପ୍ରମାଣିତ କରିପାରିବେ କି ବୋଲି ବଦାଲ କେନ୍ଦ୍ରର ମୋଦି ସରକାରଙ୍କୁ ଜାବାବ ମାଗିଛନ୍ତି। କାହାକୁବି ହେଲେ ରାଷ୍ଟ୍ର ବିରୋଧୀ ଘୋଷଣା ଲାଗି ବିଜେପିକୁ ଅଧିକାର ମିଳିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।  ସେ କହିଛନ୍ତି ଯେ ସାରା ଜୀବନ ସେ ଚାଷୀଙ୍କ ଲାଗି ସଂଗ୍ରାମ କରିଛନ୍ତି। ଏଣୁ ଉପୁଜିଥିବା ଚାଷୀ ଅସନ୍ତୋଷରେ ସରକାରଙ୍କୁ ବାର୍ତ୍ତା ଦେବା ଲାଗି ତାଙ୍କୁ ଦିଆଯାଇଥିବା ପଦ୍ନ ସମ୍ମାନ ମଧ୍ୟ ଲେଉଟାଇ ଦେଇଛନ୍ତି ବୋଲି କହିଛନ୍ତି।

ଚାଷୀଙ୍କୁ ସରକାରଙ୍କ ଏପରି ଆଇନର ଆବଶ୍ୟକତା ନାହିଁ। ଏଥିପାଇଁ ସେମାନେ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଆସିଛନ୍ତି। ସରକାରଙ୍କର ଯଦି ଚାଷୀଙ୍କ ଲାଗି କୌଣସି ଯୋଜନା ନାହିଁ ତେବେ ସେମାନଙ୍କୁ ତାଙ୍କ ଆଇନ ଲାଗି ବାଧ୍ୟ ନ କରନ୍ତୁ ବୋଲି ବାଦଲ କହିଛନ୍ତି। ନିକଟରେ ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚାଷୀ ଆନ୍ଦୋଳନ ଲାଗି ରାଷ୍ଟ୍ରପତିଙ୍କ ଦ୍ୱାରା ତାଙ୍କୁ ପ୍ରଦତ୍ତ ପଦ୍ମ ସମ୍ମାନ କେନ୍ଦ୍ରକୁ ଫେରାଇ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.