ପୁରୀ ୨୮|୭: ପୁରୀ ସିଂହଦ୍ବାର ଓ ବଡ଼ଦାଣ୍ଡରେ ପ୍ରଶାସନର ଅଭିନବ ଆୟୋଜନ । ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ଜାରି ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ। ପ୍ରତ୍ୟେକ ରବିବାର ସକାଳୁ ମହାପ୍ରଭୁଙ୍କ ନିକଟରେ ନୃତ୍ୟ, ସଂଗୀତ, ଚିତ୍ରକଳା, ପ୍ରବଚନର ଆୟୋଜନ କରାଯାଇଛି। ଯାହାକି ପୁରୀ ବଡଦାଣ୍ଡରେ ଏକ ଅଭିନବ ପରିବେଶ ସୃଷ୍ଟି କରିଛି।
{"id":138290}ପୁରୀ ବଡ଼ଦାଣ୍ଡରେ ପ୍ରଶାସନର ଅଭିନବ ଆୟୋଜନ । ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଆରମ୍ଭ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ନୃତ୍ୟ, ଗୀତ, ସଙ୍ଗୀତ ଆସର ସହ ପ୍ରବଚନ ମାନ ପୁରା ବଡଦାଣ୍ଡରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଛି । ଗତ ସପ୍ତାହରୁ ପ୍ରଶାସନ ତରଫରୁ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଯେଉଁଥିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସହ ସ୍ଥାନୀୟ ଲୋକ ମଧ୍ୟ ସାମଲି ହେଉଛନ୍ତି ।
{"id":138291}ସିଂହଦ୍ୱାର ଅଞ୍ଚଳକୁ ପାର୍କିଂ ଫ୍ରି ଜୋନ୍ ଓ ଭିକାରି ମୁକ୍ତ ଅଞ୍ଚଳ ଘୋଷଣା ପରେ ପ୍ରଶାସନ ଏଭଳି ଆୟୋଜନ କରୁଛି । ଏହି ଅଞ୍ଚଳରେ ଥିବା ଉଠା ଦେକାନୀ ମାନଙ୍କୁ ହଟାଇ ଦିଆଯାଇ ସିଂହଦ୍ୱାରକୁ ସଂପୂର୍ଣ୍ଣ ମୁକ୍ତ କରି ଦିଆଯାଇଛି। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଆସୁଥିବା ପର୍ଯ୍ୟଟମାନେ ଯୋଗ ଦେଇ ବଡଦାଣ୍ଡରେ ଏକ ମାନ ଶୃଙ୍ଖଳକରିବା ସହ ସ୍ବସ୍ତୀକ ଆକାରରେ ବଡଦାଣ୍ଡରେ ବସିଥିଲେ । ଯାହା ଆୟୋଜିତ କାର୍ଯ୍ୟକ୍ରମକୁ ବେଶ୍ ଆକର୍ଷିଣୀୟ କରିଥିଲା ।
{"id":138293}ସହରକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳଙ୍କୁ ମହାପ୍ରଭୁଙ୍କ ନିକଟରେ ଏଭଳି ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରୁଥିବା ଦେଖାଯାଇଛି। ଏବେ ପ୍ରତ୍ୟେକ ରବିବାର ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ଭବିଷ୍ୟତରେ ପ୍ରତ୍ୟେକ ଦିନ ସକାଳୁ ଏଭଳି ଉତ୍ସବ କରାଯିବାକୁ ପ୍ରଶାସନ ଉଦ୍ୟମ କରୁଛି।