କରୋନା କଟକଣା ଉଲ୍ଲଂଘନ କରିବା ପଡିଲା ମହଙ୍ଗା : ବଡ଼ଚଣା IIC ଦୀପକ କୁମାର ଜେନା ସସ୍‌ପେଣ୍ଡ

Published By : Prameya-News7 Bureau | April 20, 2020 IST

ଭୁବନେଶ୍ୱର ୨୦।୦୪: ବଡ଼ଚଣା IIC ଦୀପକ କୁମାର ଜେନା ସସ୍ ପେଣ୍ଡ। କରୋନା କଟକଣାକୁ ଉଲ୍ଲଙ୍ଘନ କରି ପରିବାର ସହ ଶ୍ରୀମନ୍ଦିର ଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିଂହଦ୍ବାରା ଥାନାରେ ଲକ୍ ଡାଉନ ଉଲଂଘନ ନେଇ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୋଲିସ ଡିଜି ଅଭୟ । ଶ୍ରୀମନ୍ଦିର ଭିତରକୁ ଭକ୍ତଙ୍କ ଦର୍ଶନ ବନ୍ଦ ଥିବା ବେଳେ ଯାଜପୁର ବଡ଼ଚଣା ଥାନା ଅଧିକାରୀ ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ଦକ୍ଷିଣଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିଥିଲେ ।

wp:core-embed/twitter {"url":"https://twitter.com/DGPOdisha/status/1252057923259232256","type":"rich","providerNameSlug":"twitter","className":""}
https://twitter.com/DGPOdisha/status/1252057923259232256
/wp:core-embed/twitter

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ଲକଡାଉନ୍ କଟକଣାକୁ ଉଲଂଘନ କରିଥିଲେ ବଡଚଣା ଥାନା ଅଧିକାରୀ।   ବଡ଼ଚଣା ଥାନା ଅଧିକାରୀ ପରିବାର ସହ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଦକ୍ଷିଣଦ୍ବାର ଦେଇ ସେମାନେ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ।  ପୁରୀ ସିଂହ ଦ୍ବାର ଥାନାରେ ଆଇଆଇସି ଓ ତାଙ୍କ ପରିବାର ଲୋକ ଅଟକ ରଖାଯାଇଥିଲା ।

{"id":256998,"sizeSlug":"large"}

ରାଜ୍ୟର କରୋନା ଜନିତ ଲକ୍‌ଡାଉନ୍‌ ପାଇଁ ଶ୍ରୀମନ୍ଦିରରେ କିଛି ସେବାୟତଙ୍କୁ ଛାଡି ଅନ୍ୟ ଭକ୍ତଙ୍କ ପ୍ରବେଶ ଉପର ରୋକ ଲାଗିଛି । କିନ୍ତୁ ଜଣେ ଥାନା ଅଧିକାରୀ ଲକ୍‌ଡାଉନ୍‌ ନିୟମ ଭାଙ୍ଗି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ତେବେ ପୋଲିସ ଡିଜି କାର୍ଯ୍ୟାନୁଷ୍ଠାନ ନେଇ ବଡ଼ଚଣା IIC ଦୀପକ କୁମାର ଜେନା ସସ୍ ପେଣ୍ଡ କରିଛନ୍ତି ।

{"id":256999,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.