Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ପାରାଦୀପ : ପଶ୍ଚିମବଙ୍ଗରେ ମହିଳାଙ୍କୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା, ପାରାଦୀପରୁ ହେଲା ଗିରଫ
  • ||
  • ଜାଗର ପ୍ରସ୍ତୁତି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଲାଗିଲା କଟକଣା, ମାର୍ଚ୍ଚ ୧୦ରୁ ୨ଦିନ ଯାଏଁ ୧୪୪ ଧାରା
  • ||
  • JEE ମେନ୍ ରେଜଲ୍ଟ ପ୍ରକାଶିତ
  • ||
  • ଦେଶର ୪ଟି ସ୍ଥାନରେ ପ୍ରତିଷ୍ଠା ହେବ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ, ଭୁବନେଶ୍ଵରରେ ପ୍ରତିଷ୍ଠା କରିବାକୁ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
  • ||
  • ବଦଳିଲେ ପୋଲିସ କମିଶନର, ସୁଧାଂଶୁଙ୍କ ଜାଗା ନେଲେ ସୌମେନ୍ଦ୍ର ପ୍ରିୟଦର୍ଶୀ
  • ||
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||

ହନୁମାନ ପଇସା-ଦାମ୍ ୨ କୋଟି: ଠକିବା ପୂର୍ବରୁ ଧରା ପଡିଗଲା ଏକ ବଡ ରାକେଟ୍, ୭ ଅଭିଯୁକ୍ତ ଗିରଫ, ଖସିଗଲା ମାଷ୍ଟର ମାଇଣ୍ଡ

26/01/2021 at 5:46 PM

ବ୍ରହ୍ମପୁର ୨୬।୦୧:  ୩  ହନୁମାନ ମୁଦ୍ରାକୁ ବିକ୍ରି କରି ଗ୍ରାହକଙ୍କୁ ୨ କୋଟି ଟଙ୍କାର ଚୂନା ଲଗାଇବାର ଉଦ୍ୟମ ବିଫଳ କରିଛି ବ୍ରହ୍ମପୁର ବଡ ବଜାର ଥାନା ପୁଲିସ। ମାମଲାର ପର୍ଦ୍ଦାଫାଶ କରିବା ସହ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁଲିସ । ସେମାନଙ୍କ ଠାରୁ ସମସ୍ତ ହନୁମାନ ମୁଦ୍ରା ନଗଦ ଦେଢ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ ଆଉ ସ୍ପିରିଟ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ତେବେ ଘଟଣାର ମାଷ୍ଟର ମାଇଣ୍ଡ ସୂର୍ଯ୍ୟ ନାରାୟଣ ପାତ୍ର ଫେରାର ଥିବା ପୁଲିସ ସୂଚନା ଦେଇଛି। ସମସ୍ତ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ବଲପୁର ଖେତରାଜପୁରର ପ୍ରଦୀପ ମହାପାତ୍ର(୪୧), ସମ୍ବଲପୁର ଶାସନର ଅନିଲ କୁସୁମ(୩୪), ସମ୍ବଲପୁର ଖେତରାଜପୁରର ସୁରେଶ ମେହେର(୩୧),  ଗଞ୍ଜମା ସୋରଡାର ଅକ୍ଷୟ କୁମାର ପାତ୍ର(୩୬), ରାଉକେଲା ପାନପୋଷର ଜୟନ୍ତ ପ୍ରଧାନ(୨୧), ରାଉରକେଲା ପାନପୋଷର ବିଜେନ  କୁମାର ବାଗ(୪୦) ଏବଂ କେ ନୂଆଗାଁ ବୋମକେଇର ଜୟରାମ ପାତ୍ର(୩୪) ସାମିଲ। ଏହି ଅଭିଯୁକ୍ତଙ୍କଠାରୁ ତିନୋଟି ହନୁମାନ କଏନ, ଦେଢ ଲକ୍ଷ ଟଙ୍କା, ଦୁଇଟି ବାଇକ୍, ମ୍ୟାଗନେଟ୍, ସ୍ପିରିଟ୍ ଏବଂ ଅନ୍ୟ ବେଆଇନ ଉପକରଣ ଜବତ କରାଯାଇଛି। ଏହି ଠକେଇ କାରବାର ଶାନ୍ତିନଗର ସୂର୍ଯ୍ୟ ପାତ୍ରଙ୍କ ଘରେ ଚାଲିଥିଲା। ଘରର ମାଲିକ ସୂର୍ଯ୍ୟ ପାତ୍ର ଫେରାର ରହିଛି।

ଏହି ଘଟଣାରେ ବଡ ବଜାର ପୋଲିସ ମାମଲାର ରୁଜୁ କରି ତଦନ୍ତ ଚଳାଇଛି। ଉପରୋକ୍ତ ଅଭିଯୁକ୍ତ ଶାନ୍ତିନଗର ସୂର୍ଯ୍ୟ ପାତ୍ରଙ୍କ ଘରେ ୨ କୋଟିର ଡିଲ୍ ପାଇଁ ଏକତ୍ର ହୋଇଥିଲେ। ସେମାନେ ସେଠାରେ ଗ୍ରାହକଙ୍କ ଅପେକ୍ଷାରେ ଥିଲେ। ଉଦ୍ଦେଶ୍ୟ ଥିଲା ହନୁମାନ କଏନ ବିକି ୨ କୋଟି ଟଙ୍କା ଗ୍ରାହକଙ୍କଠୁ  ହଡପ କରି ନେବେ। ହେଲେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇବା ପରେ ବଡ ବଜାର ପୁଲିସ ଉକ୍ତ ଘର ଉପରେ ଚଢାଉ କରିଥିଲା। ଏଥିସହ ହନୁମାନ ମୁଦ୍ରା ନାଁରେ ଗ୍ରାହକଙ୍କୁ ଠକିବାକୁ ବହୁଡ ବଡ ଉଦ୍ୟମକୁ ପୁଲିସ ବିଫଳ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

   Related Posts