Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସାନ ଜ୍ୱାଇଁକୁ ଛୁରୀ ଭୁସିଦେଲା ବଡ ଜ୍ୱାଇଁ, ଶ୍ୱଶୁର ଦ୍ୱାଦଶାହରେ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ

23/05/2021 at 9:02 AM

ସାନଖେମୁଣ୍ଡି,୨୩/୦୫:   ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବଡଡୁମୂଳା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଶ୍ୱଶୂରଙ୍କ ଦ୍ୱାଦଶାହ କାର୍ଯ୍ୟରେ ଧାର ଟଙ୍କାକୁ ନେଇ ଦୁଇ ସଢୁ ମୁହାଁମୁହିଁ । ଏପରିକି ବଡ ସଡୁର ଛୁରା ମାଡରେ ସାନ ସଢୁର ମୃତ୍ୟୁ ଘଟିଛି । ମୃତକ ହେଲେ କୁନା ମହାରାଣ । ତାଙ୍କ ମୃତଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଇଆଇସି ବସନ୍ତ ସେଠୀଙ୍କ ସୂଚନା ଅନୁସାରେ,  ଶନିବାର ମଧ୍ୟାହ୍ନରେ ଦୀନବନ୍ଧୁ ମହାରଣାଙ୍କ ଦ୍ୱାଦଶ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବଡ ଜ୍ୱାଇଁ ଜଗନ୍ନାଥ ମହାରାଣା ଓ ସାନ ଜ୍ୱାଇଁ କୁନା ମହାରଣା ଉପସ୍ଥିତ ଥିଲେ । ସାନ ସଡୁକୁ ବଡ ପୂର୍ବରୁ ଧାର ଦେଇଥିବା ପ୍ରାୟ ଦେଢ ଲକ୍ଷ ଟଙ୍କା ମାଗିଥିଲେ ।   କିନ୍ତୁ ଏହି ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଜଗନ୍ନାଥ ଏଥିରେ ଉତକ୍ଷିପ୍ତ ହୋଇ କୁନାଙ୍କ ପେଟରେ ଛୁରୀ ଭୁସି ଦେଇଥିଲେ ।ଘଟଣାସ୍ଥଳରେ ହିଁ କୁନାଙ୍କ ମୃତ୍ୟୁ ଘଟିଥିଲା ।

ଏହାପରେ ଜଗନ୍ନାଥଙ୍କୁ ଗ୍ରାମବାସୀ କାବୁ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ରକ୍ତଭିଜା ଛୁରୀ ଜବତ କରିବା ସହ ଜଗନ୍ନାଥଙ୍କୁ ଗିରଫ କରିଛି । ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ଆଇଆଇସି କହିଛନ୍ତି ।

   Related Posts