ଆଠଗଡ ଧବଳେଶ୍ବର ପୀଠରେ ବଡ ଓଷା ; ଶ୍ରୀ ଧବଳେଶ୍ବରଙ୍କ ନିକଟରେ ଲାଗି ହେଲା ଗଜ ଭୋଗ

Published By : Prameya-News7 Bureau | November 22, 2018 IST

କଟକ ୨୨|୧୧:   ପବିତ୍ର କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଆଠଗଡ ଧବଳେଶ୍ବର ପୀଠରେ ବଡ ଓଷା ପାଳିତ ହୋଇଯାଇଛି । ରାତି ୨ ଟାରେ ଶ୍ରୀ ଦେବଙ୍କ ନିକଟରେ ଗଜ ଭୋଗ ଲାଗି ହୋଇଛି । ନିଷ୍ଠାର ସହିତ ରାତି ଉଜାଗର ରହି ଶ୍ରଦ୍ଧାଳୁମାନେ ଗଜ ଭୋଗକୁ ଅପେକ୍ଷା କରି ବସିଥିଲେ । ରାତି ୧୨ଟାରେ ପହଡ ଖୋଲାଯାଇ ମଙ୍ଗଳ ଆଳତୀ ସହ ୧୦୮ କଳସ ଜଳରେ ସ୍ନାନ କରାଯାଇ, ୪ ଧୂପ, ଖେଚୁଡି ଭୋଗ କରାଯାଇଥିଲା । ଏହା ପରେ ଗଜ ଭୋଗ ଲାଗି କରାଯିବା ପରେ ବାଙ୍କ ସାହାଣମେଲା ଦର୍ଶନ ଚାଲିଛି । ଧବଳେଶ୍ବର ପୀଠରେ ବଡଓଷା ବ୍ରତ ପାଳନ ପାଇଁ ହଜାର ହଜାର  ଭକ୍ତଙ୍କ ଭିଡ ଜମିଛି । ହରିହର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଧବଳେଶ୍ବର । ଝୁଲା ପୋଲ ଓ ଡଙ୍ଗାରେ ଆସି ହଜାର ହଜାର ଭକ୍ତ  ବାବା ଧବଳେଶ୍ବରଙ୍କୁ ଦର୍ଶ କରୁଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ତରଫରୁ ୧୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଝୁଲା ପୋଲ ଓ ମନ୍ଦିରକୁ ସିସିଟିଭି ନଜରରେ ରଖାଯାଇଛି । ଡଙ୍ଗାରେ ଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟାକେଟ୍ ବାଧ୍ୟତାମୂଳକ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.