Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଶ୍ରୀମନ୍ଦିର ଭିତରେ ପୁଣି ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

18/04/2021 at 5:59 PM

ପୁରୀ ୧୮/୦୪: ଶ୍ରୀମନ୍ଦିର ଭିତରେ ପଡିଲା ରକ୍ତର ଛିଟା । ଜଣେ ଜେଟିପିଙ୍କ କାଠଫାଳିଆ ଆକ୍ରମଣରେ ଜଣେ ଜେଟିପି ଗୁରୁତର। ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଭିତରକାଠ ନିକଟରେ ଡ୍ୟୁଟି କରୁଥିବା ସମୟରେ ଘଟିଛି ଘଟଣା। ସାମାନ୍ୟ ବଚସାରୁ ଖଣ୍ଡଯୁଦ୍ଧ ହୋଇଥିଲା ।

ଜଣେ ଉତକ୍ଷିପ୍ତ ହୋଇ ସେଠାରେ ପଡିଥିବା କାଠଫାଳିଆରେ ଅନ୍ୟ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଆହତ ଜେଟିପି ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଥିବା ଜଣାପଡ଼ିଛି। ଭିତରକାଠ ନିକଟରେ ରକ୍ତର ଛିଟା ପଡିଥିବାରୁ ମହାପ୍ରଭୁଙ୍କର ବଡ ମହାସ୍ନାନ ହୋଇଛି । ଦିନ ୧ଟା ୫୦ମିନିଟରେ ଘଟଣା ଘଟିଥିଲା।

ଆହତ ଜେଟିପି ମନୋଜ ପାଣିଗ୍ରାହୀ ବୋଲି ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ସିଂହଦ୍ଵାର ଥାନାରେ ଏନେଇ କେହି ଏତଲା ଦେଇନାହାନ୍ତି। ସେପଟେ ଆକ୍ରମଣ କରିଥିବା ଗଙ୍ଗା ପ୍ରଧାନ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ତେବେ ଆଜି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ବେଳେ ଭିତରକାଠ ନିକଟରେ ଅର୍ଥାତ ମହାପ୍ରଭୁଙ୍କ ସମ୍ମୁଖରେ ଦୁଇଜଣ ଜେଟିପି କିଭଳି ରକ୍ତାକ୍ତ ସଂଘର୍ଷ ଘଟିଲା ତାହା ସମସ୍ତଙ୍କୁ ବିବ୍ରତ କରିଛି ।

   Related Posts