ତେଲ ବୋନସ୍ : Bada Khabar (10.09.2018)
11/09/2018 at 1:40 AM

ସୋମବାର ଅନେକ ଘଟଣା ଘଟିଛି। ଗୋଟାଏ ଦିନରେ ବିଭିନ୍ନ ପ୍ରକାରର ଚିତ୍ର ଦେଖିବାକୁ ମିଳିଛି। ଭାରତ ବନ୍ଦ ଡ଼ାକରା ଭିତରେ ପୋଡ଼ାଜଳା ଦେଖିବାକୁ ମିଳିଛି। ହିଂସାକାଣ୍ଡ ଦେଖିବାକୁ ମିଳିଛି। ଦିଲ୍ଲୀ ରାମଲୀଳା ମୈଦାନରେ ଗୋଟେ ମଞ୍ଚରେ କଂଗ୍ରେସ ସହ ବହୁ ବିରୋଧୀ ନେତା ଏକାଠି ହେବା ମଧ୍ୟ ଦେଖିବାକୁ ମିଳିଛି। ଆଉ ଏହାରି ଭିତରେ ଗୋଟେ ପ୍ରଶ୍ନ ମନକୁ ଆସୁଛି କି, ଏ ବନ୍ଦ ଡ଼ାକରା କ’ଣ ତେଲ ପାଇଁ ଥିଲା ? ଯଦି ଥିଲା, ତେଲ ଦାମ୍ କମିଗଲା କି, ନା ବନ୍ଦ୍ ର ପ୍ରଭାବରେ ନିକଟ ଭବିଷ୍ୟତରେ ଦାମ୍ କମିବାର ଅଛି! ତେଲ ଦାମ୍ କମୁ କି କମୁ, ସାଧାରଣ ଲୋକେ ଫାଇଦା ପାଆନ୍ତୁ କି ନ ପାଆନ୍ତୁ, କିନ୍ତୁ ନେତାଙ୍କୁ ଫାଇଦା ନିଶ୍ଚୟ ମିଳିଛି।