ଅମିତ ଶାହାଙ୍କ ଦମ୍ଭୋକ୍ତି : Bada Khabar (10.09.2018)
11/09/2018 at 1:42 AM

ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଗୋଟେ କଥାକୁ ନେଇ ରାଜନୀତି, ଆରମ୍ଭ ହୋଇଛି। ଆଗାମୀ ୫୦ ବର୍ଷ ଯାଏଁ କେନ୍ଦ୍ରରେ ଶାସନ କରିବ ବିଜେପି । ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ରବିବାର ଏଭଳି ଦମ୍ଭୋକ୍ତି ଦେଖାଇଥିଲେ ଦଳର ଅଧ୍ୟକ୍ଷ ଅମିତ ଶାହା । ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପୁଣିଥରେ ବହୁମତ ସହ କ୍ଷମତାକୁ ଫେରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଭଳି କଠିନ ପରିଶ୍ରମ କରୁଛନ୍ତି, ଏବଂ ସରକାର ଯେଭଳି ଭାବେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି, ତାହା ଦଳକୁ ପୁଣିଥରେ କ୍ଷମତାକୁ ଫେରାଇ ଆଣିବାରେ ସହାୟକ ହେବ । ସେପଟେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଏଭଳି ବୟାନକୁ ଅହଂକାର ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ଏହାକୁ ଆରୋଗାନ୍ସ ମୋଦି-ଫାଏଡ ଏବଂ ଶାହୀ ଆରୋଗାନ୍ସ ବୋଲି କହିଛି । ସେହିପରି ନ୍ୟାସନାଲ କନଫରେନ୍ସ ନେତା ଓମାର ଅବ୍ଦୁଲ୍ଲା କହିଛନ୍ତି ଯେ, ଅତୀତରେ ଯେଉଁମାନେ ବି ଏଭଳି ଅହଂକାର ଦେଖାଇଛନ୍ତି, ସେମାନଙ୍କୁ ଭୋଟର ଦୂରେଇ ଦେଇଛନ୍ତି ।