ବଡ଼ ଯାଆ ଆକ୍ରମଣରେ ସାନର ମୃତ୍ୟୁ: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

Published By : Prameya-News7 Bureau | October 28, 2020 IST

ଖୋର୍ଦ୍ଧା୨୮/୧୦: ବଡ଼ ଯାଆ ଆକ୍ରମଣରେ ସାନ ଯାଆର ମୃତ୍ୟୁ। ଖୋର୍ଦ୍ଧା ଜଙ୍କିଆ ଥାନା ଟାଙ୍କଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବଡ଼ ଯାଆର ଆକ୍ରମଣରେ ସାନ ଯାଆର ମୃତ୍ୟୁ ଘଟଣାରେ ସ୍ଥାନୀୟ ଆଲୋଡ଼ନ ସୃଷ୍ଟି ହୋଇଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ଏଭଳି ହତ୍ୟା କରାଯାଇଥିବା କୁହାଯାଉଛି।

ମୃତ ହେଲେ ସଞ୍ଜୁ ପେଣ୍ଠୋଇ। ଏହି ହତ୍ୟାକାଣ୍ଡରେ ବଡ଼ ଯାଆ ସରୋଜିନୀ ପେଣ୍ଠୋଇ ଓ ତା ସ୍ବାମୀ ତାରେଶ୍ବର ପେଣ୍ଠୋଇକୁ ଜଙ୍କିଆ ଥାନାରେ ଅଟକ ରଖିଛି। ପାରିବାରିକ କଳହରୁ ବଡ ଯାଆ ଏବଂ ତା ସ୍ବାମୀ ରାଗି ଯାଇଥିଲେ। ରାଗ ଉପରେ ନିୟନ୍ତ୍ରଣ ନ କରିପାରି ସାନ ଯାଆକୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ସାନ ଯାଆର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.