ଶ୍ରୀମନ୍ଦିରରେ ପବିତ୍ର ବଡ ଏକାଦଶୀରେ ମହାପ୍ରଭୁ ଜଗନ୍ନାଥଙ୍କ ଲକ୍ଷ୍ମୀନାରାୟଣ ବେଶ, ଆରମ୍ଭ ହେଲା ପଞ୍ଚୁକ ବ୍ରତ

Published By : Prameya-News7 Bureau | November 15, 2021 IST

ପୁରୀ, ୧୫/୧୧: ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚୁକ ବ୍ରତ । ହବିଷ୍ୟାଳୀଙ୍କ ସହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ଶ୍ରୀକ୍ଷେତ୍ରରେ । ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ସଜ୍ଜିତ ହେବା ସହ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଅଛନ୍ତି । ଭକ୍ତମାନେ ସିଂହଦ୍ବାର ସମ୍ମୁଖରେ ଥାଇ ପତିତପାବନଙ୍କ ଦର୍ଶନ ଲାଭ କରୁଛନ୍ତି। ସେପଟେ ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୁଡ ବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ଭକ୍ତ ମାନେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନର ସୁଯୋଗ ପାଇବେ।

{"id":543899,"sizeSlug":"full","linkDestination":"none"}

ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ନଜରରେ ରଖି ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩ ଅତିରିକ୍ତ ଏସପି, ୧୦ ଡିଏସପି, ୩୦ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ରହିବେ। କାର୍ତ୍ତିକ ଶୁକ୍ଳ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚ ଦିନ ପଞ୍ଚୁକ ବ୍ରତ ପାଳନ କରାଯାଇଥାଏ। ଦୀର୍ଘ ଏକାମାସ ଧରି ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରୁଥିବା ହବିଷ୍ୟାଳୀଙ୍କ ପାଇଁ ପଞ୍ଚୁକ ବ୍ରତ ବେଶ୍ ମହତ୍ତ୍ୱ ରଖିଥାଏ। ଆଜି ଶ୍ରୀମନ୍ଦିରରେ ହରି ଉତ୍‌ଥାପନ ଏକାଦଶୀ ନୀତି ସଂପନ୍ନ ହେବା ପରେ ମହାପ୍ରଭୁ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.