Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପୁରୀ ସିଂହଦ୍ବାର ସମ୍ମୁଖରେ ବଡଦାଣ୍ଡ ଉତ୍ସବ : ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମଜା ଉଠାଉଛନ୍ତି ସମସ୍ତେ

11/08/2019 at 5:57 PM

ପୁରୀ ୧୧|୮: ପୁରୀରେ ସନ୍ ଡେ ଏବେ ଫନ ଡେ । ପାରମ୍ପରିକ ନୃତ୍ୟ, ଲୋକକଳା, ଭଜନ, କୀର୍ତ୍ତନର ମଜାନେଲେ ଦର୍ଶକ । ସିଂହଦ୍ବାର ସମ୍ମୁଖରେ ଜମିଥିଲା ସମସ୍ତ କାର୍ଯ୍ୟକ୍ରମ । ସ୍ଥାନୀୟ ବାସିନ୍ଦା, ଶ୍ରଦ୍ଧାଳୁ, ପର୍ଯ୍ୟଟକ ଭରପୂର ମଜାନେଇଛନ୍ତି ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ।

ସକାଳ ୬ ନବାଜୁଣୁ ପୁରୀ  ସିଂହଦ୍ବାର ସମ୍ମୁଖରେ ନାହିଁ ନଥିବା ଭିଡ଼ । ଓଡ଼ିଶୀ ନୃତ୍ୟର ମୁଦ୍ରା ଦେଖି ଘଡ଼ିଏ ଅଟକି ଯାଉଛନ୍ତି ଦର୍ଶକ । ଗୋଟିପୁଅ, ଘୋଡ଼ାନାଚ ମନମୋହୁଛି । ବାଡ଼ି ଖେଳ ସହ ପାରମ୍ପରିକ ଋଣ କୌଶଳ ପ୍ରଦର୍ଶନ ଚାଲିଛି । ଦାସକାଠିଆ,ଭଜନ, କୀର୍ତ୍ତନରେ ଉଠୁଛି ପଡ଼ୁଛି ସାରା ଅଞ୍ଚଳ । ଶ୍ରଦ୍ଧାଳୁ, ପର୍ଯ୍ୟଟକଙ୍କ , ସ୍ଥାନୀୟ ବାସିନ୍ଦା ସମସ୍ତେ ବଡ଼ ଦାଣ୍ଡ ଉତ୍ସବକୁ ମନଭରି ଉପଭୋଗ କରିଥିବା ଦେଖିବାକୁ ମିଳିଛି । ଏଭିତରେ କେତେବେଳେ ୯ଟା ବାଜିଗଲା ଜଣାପଡ଼ିଲାନି କାହାକୁ ।

ଚିତା, ରଂଗୀନ ମୁରୁଜ ଭିତ୍ତରେ  ପରିବେଶ ବେଶ ଆକର୍ଷଣୀୟ ଲାଗୁଛି । ଚିତ୍ରଶିଳ୍ପୀଙ୍କୁ ହାତକୁ ବି ଫୁରସତ ନାହିଁ । ଜଗନ୍ନାଥଙ୍କୁ ନେଇ ଆଙ୍କିଛନ୍ତି ମନଲୋଭା ଚିତ୍ର । ଯୋଗ, ପ୍ରାଣାୟମ ମଧ୍ୟ ହୋଇଥିଲା ଏହି ଅବସରରେ ।

ବଡ଼ଦାଣ୍ଡରେ ଏଭଳି କାର୍ଯ୍ୟକମକୁ ଉତ୍କଣ୍ଠାର ସହ ଅପେକ୍ଷା କରୁଛନ୍ତି ସମସ୍ତେ । ଚାତକ ଭଳି ରବିବାରକୁ ଅପେକ୍ଷା କରୁଛନ୍ତି ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏବଂ ସ୍ଥାନୀୟ ବାସିନ୍ଦା ।

   Related Posts