Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଷଷ୍ଠ ସପ୍ତାହରେ ପହଞ୍ଚିଛି ପୁରୀ ବଡ ଦାଣ୍ଡ ଉତ୍ସବ, ମନୋରଞ୍ଜନ ସାଙ୍ଗକୁ ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ କରୁଛି ଆକୃଷ୍ଟ

1/09/2019 at 3:10 PM

ପୁରୀ ୧: ରବିବାରକୁ ମନଭରି ଉପଭୋଗ କରିଛନ୍ତି ପୁରୀବାସୀ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ । ସକାଳୁ ସକାଳୁ ବଡ଼ ଦାଣ୍ଡ ଏବଂ ସିଂହଦ୍ବାର ସମ୍ମୁଖରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା । କଳାକାରଙ୍କ ଗୀତ ନାଚ ଉପସ୍ଥିତ ଦର୍ଶକଙ୍କ ମନମୋହିଥିଲା ଭଜନ କୀର୍ତ୍ତନରେ ଭିତରେ ବୁଡ଼ିଯାଇଥିଲେ ଶ୍ରଦ୍ଧାଳୁ ।  ଅଙ୍କାଯାଇଥିବା ଚିତ୍ର ବି ବେଶ ଆକର୍ଷଣୀୟ ଥିଲା ।

ପୁରୀରେ ସନଡେ ଏବେ ଫନ ଡେ । ସକାଳୁ ସକାଳୁ ସିଂହଦ୍ବାର ଏବଂ ବଡ଼ ଦାଣ୍ଡରେ ନାହିଁ ନଥିବା ଗହଳି । ବଡ଼ ଦାଣ୍ଡ ଉତ୍ସବର ମଜାନେବାକୁ ଧାଇଁ ଆସିଛନ୍ତି ସମସ୍ତେ । ସ୍ଥାନୀୟ ବାସିନ୍ଦା, ଶ୍ରଦ୍ଧାଳୁ, ପର୍ଯ୍ୟଟକ ଏକାଠି ହୋଇଛନ୍ତି ଗୋଟିଏ ସ୍ଥାନରେ ।ଭକ୍ତି ସଂଗୀତକୁ ବେଶ ଉତ୍ସାହର ସହ ପରିବେଷଣ କରୁଛନ୍ତି କଳାକାର । ବିଭିନ୍ନ ଅଞ୍ଚଳରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ  ଉତ୍ସବରେ ସାମିଲ ହୋଇ ନିଜକୁ ବେଶ ଧନ୍ୟ ମଣିଛନ୍ତି । ନୃତ୍ୟ, ସଂଗୀତ କାର୍ଯ୍ୟକ୍ରମରେ ବିଭୋର ଦର୍ଶକ ।

ଷଷ୍ଠ ସପ୍ତାହରେ ପହଞ୍ଚିଛି ଏହି ବଡ଼ ଦାଣ୍ଡ ଉତ୍ସବ । ଧୀରେ ଧୀରେ ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ହେବାରେ ଲାଗିଛି । ବଡ଼ ଦାଣ୍ଡରେ ପଡ଼ୁଥିବା ଝୋଟି, ଚିତାକୁ ଚାହିଁଲେ ଆଖି ଲାଖିଯାଉଛି ।

ସପ୍ତାହ ଯାକର ଖଟଣି ପରେ ରବିବାରର ବଡ଼ ଦାଣ୍ଡ ଉତ୍ସବ ମନକୁ ବେଶ ହାଲ୍‌କା କରୁଛି ନିଶ୍ଚୟ । ମନୋରଂଜନ ସାଙ୍ଗକୁ ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ବେଶ ଶାନ୍ତି ଦେଉଛି ।

   Related Posts