Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ପାରିବାରିକ କଳହ ନେଲା ଉଗ୍ରରୂପ: ବଡ ଭାଇର ଛୁରା ମାଡରେ ସାନ ଭାଇର ମୃତ୍ୟୁ

21/09/2020 at 5:54 PM

ସୋର୨୧/୯: ବଡଭାଇ ଆକ୍ରମଣରେ ସାନ ଭାଇର ମୁତ୍ଯୁ। ବାଲେଶ୍ୱର ଜିଲ୍ଲା ଖନ୍ତପଡା ନୂଆଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରତିକାନ୍ତ ମଲ୍ଲିକ। ଗୁରୁତର ଅବସ୍ଥାରେ ପରିବାରର ଲୋକେ ତାଙ୍କୁ ଗୋପାଳପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଗୋପାଳପୁର ଫାଣ୍ଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ବଡଭାଇ ଶଶିକାନ୍ତକୁ ଗୋପାଳପୁର ଫାଣ୍ଡି ପୁଲିସ ଅଟକ ରଖିଛି। ଉଭୟ ଭାଇଙ୍କ ମଧ୍ଯରେ ପୂର୍ବରୁ ଜମିବାଡିକୁ ନେଇ ଶତ୍ରୁତା ରହିଥିଲା। ସକାଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ବଡଭାଇ ଶଶିକାନ୍ତ ଉତ୍ତ୍ଯକ୍ତ ହୋଇ ଏକ ଛୁରୀରେ ଶଶିକାନ୍ତ ପେଟ ଓ ଛାତିରେ ଭୁସି ଦେଇଥିବାର ଅଭିଯୋଗ ହୋଇଛି।

   Related Posts