Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଫ୍ରିଜରେ ରଖନ୍ତୁନି ଚକଟା ଅଟା, ଘର ଉପରେ ରହିବ ଭୂତ,ପିଶାଚଙ୍କ ନଜର

20/05/2019 at 9:42 PM

ରାତିରେ ଖାଇବା ପାଇଁ ଚକଟା ଅଟା ଯଦି ରୁଟି କରିବା ବେଳେ ବଳିପଡେ ତାକୁ ଫ୍ରିଜରେ ରଖନ୍ତୁନି। ଏପରିକି ତା ପରଦିନ ଖାଦ୍ୟ ପାଇଁ ମଧ୍ୟ ସେ ଅଟାକୁ ଉପଯୋଗ କରନ୍ତୁନି। ଚକଟା ଅଟା ଘରେ ରହିଲେ କୁହାଯାଏ  ଘର ଉପରେ ଭୂତ, ପ୍ରେତଙ୍କ ନଜର ରହେ। ଏଣୁ ଏଭଳି ଅଟାରେ ପ୍ରସ୍ତୁତ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଯେଉଁଘରେ ଏଭଳି ଅଭ୍ୟାସ ରହିଛି ସେଠାରେ ଲୋକେ ଅନେକ ସମୟରେ ଅସୁସ୍ଥ ରହନ୍ତି ଓ ପରିବାରର ମେଡିକାଲ ଖର୍ଚ୍ଚ ବଢିବଢି ଚାଲେ। ଘରର ଅବସ୍ଥା କ୍ରମଶଃ ସୋଚନୀୟ ହୋଇପଡେ।

ଏମିତିରେ ବିଜ୍ଞାନ ସମ୍ମତ ଦେଖିଲେ ଏଭଳି ଆଶଙ୍କାକୁ ନିରାଧାର କୁହାଯାଇ ନପାରେ। କାରଣ ରେଫ୍ରିଜେରେଟରରେ ଏଭଳି ଚକଟା ଅଟା ରହିଲେ ସେଥିରେ ଅନେକ ରାସାୟନିକ ପରିବର୍ତନ ହୋଇଥାଏ। ଯାହା ପରେ ଆଉ ଖାଦ୍ୟ ଉପଯୋଗୀ ହୋଇ ରହେ ନାହିଁ। ଯଦି ଖାଦ୍ୟ ଭାବେ ବ୍ୟବହାର କରାବି ଯାଏ ତାକୁ ଖାଇ ଘର ଲୋକେ ଅସୁସ୍ଥ ହେବା ନିଶ୍ଚିତ। କାରଣ ଏଭଳି ଅଟାରେ ରସାୟନିକ ପ୍ରକ୍ରିୟା ହୋଇ ଏହାର ପୋଷକ ତତ୍ତ୍ବ ନଷ୍ଟ ହୋଇଯାଇଥାଏ ।

ବାସ୍ତୁରେ ମଧ୍ୟ ସେହିଭଳି ପରାମର୍ଶ ଦେଖିବାକୁ ମିଳେ। ଜେଉଁ ଘରେ ରେଫ୍ରିଜେରେଟରରେ ଅଟା ବା ସେଭଳି ଜିନିଷ ରଖା ଯାଏ। ସେଘରେ ବୟୋଜେଷ୍ଠ ବ୍ୟକ୍ତି ସର୍ବଦା ରୋଗଣା ରହନ୍ତି ।  ଏଣୁ ଯଦି ମିତବ୍ୟୟୀ ଓ ସମୟ ଶାଶ୍ରୟ ପାଇଁ ଏଭଳି କରୁଥାନ୍ତି ତେବେ ଆଉ କରନ୍ତୁନି।

   Related Posts