Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ସାବଧାନ ! ଏହି ଦିନଠାରୁ ସେଭିଙ୍ଗସ୍ ଆକାଉଣ୍ଟ ସୁଧହାରରେ ହେବ ବଡ ଡିଡକ୍ସନ, ଜାଣନ୍ତୁ ବିସ୍ତୃତ ଖବର

26/10/2019 at 10:11 PM

ନୂଆଦିଲ୍ଲୀ : ସେଭିଂସ ଆକାଉଣ୍ଟଧାରୀଙ୍କ ଲାଗି ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଥିବା ଏହି ନିୟମରେ ଖାତାରେ ୧ ଲକ୍ଷଟଙ୍କାରୁ କମ୍ ଜମା ରଖୁଥିବା ଗ୍ରାହକଙ୍କ ସୁଧହାର ହ୍ରାସ ହେବ। ଏମିତିରେ ଏସବିଆଇ ସେଭିଂସ ବ୍ୟାଙ୍କ ଆକାଉଣ୍ଟରେ ୩.୫୦ ହାରରେ ସୁଧ ଦେଉଥିଲେ। ଏଥିରେ ୧ ଲକ୍ଷ ଟଙ୍କାରୁ କମ୍ ବାଲାନ୍ସ ଲାଗି ଏହି ସୁଧହାର ଏବେ ୩.୨୫ ପ୍ରତିଶତ ହେବ। ଏହି ନୂଆ ସୁଧହାର ନଭେମ୍ବର ପହିଲାରୁ ଲାଗୁ ହେବ।

ଗ୍ରାହକମାନେ ସାଧାରଣତଃ ଅଧିକ ସୁଧ ଦେଉଥିବା ବ୍ୟାଙ୍କ ଶାଖାରେ ସେମାନଙ୍କର ସଞ୍ଚୟ ଜମାଖାତା ଖୋଲିଥାନ୍ତି। ତେବେ ଏସବିଆଇଙ୍କ ଏହି ନିଷ୍ପତ୍ତି ସଞ୍ଚୟ ଜମା ଖାତାଧାରୀ ଗ୍ରାହକଙ୍କ ଲାଗି ଝଟକା ହେବ। ତେବେ ଅଧିକ ସୁଧ ଲୋଭରେ ଯଦି ଗ୍ରାହକ ବ୍ୟାଙ୍କ ବଦଳାଇବାକୁ ଇଛା କରିବେ ତେବେ ସେମାନେ ପଞ୍ଜାବ ଏଣ୍ଡ ମହାରାଷ୍ଟ୍ର କୋ-ଅପରେଟିଭ ବ୍ୟାଙ୍କ ସଙ୍କଟ କଥାକୁ ମଧ୍ୟ ଥରେ ଭାବିନେବା ଠିକ୍ ହେବ। ଏଣୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଗ୍ରାହକ ଅଧିକ ସୁଧ ଲୋଭରେ ସ୍ମଲ ସେଭିଂସ ବ୍ୟାଙ୍କ ଓ କୋ-ଅପରେଟିଭ ବ୍ୟାଙ୍କରେ ଜମା ଖାତା ଖୋଲିବା ଆଦୌ ବିପଦ ମୁକ୍ତ ନୁହେଁ।

ତେବେ ସୁଧହାର ହ୍ରାସ ଏକାକୀ ଏସବିଆଇଙ୍କ ନିଷ୍ପତ୍ତି ନୁହେଁ। ଚଳିତମାସ ପ୍ରାରମ୍ଭରେ ଆରବିଆଇ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରିଥିଲେ। ଫଳରେ ନୂଆ ରୋପେରେଟ ୫.୧୫ପ୍ରତିଶତକୁ ଖସି ଆସିଛି ।  କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏହି ହ୍ରାସ କୁ ମିସାଇ ଏପର୍ଯ୍ୟନ୍ତ ରେପୋ ହାର ୫ ଥର ହ୍ରାସ ହେଲାଣି। ଏଣୁ ଆରବିଆଇଙ୍କ ସୁଧହାରରେ ୧୩୫ ବେସିସ ପଏଣ୍ଟ ହ୍ରାସ ହୋଇଛି। ଏଣୁ ଏସବିଆଇ ଚଳିତବର୍ଷରୁ ତାଙ୍କର ସଞ୍ଚଜମା ସୁଧହାରକୁ ଆରବିଆଇଙ୍କ ରେପୋରେଟ୍ ସହ ଯୋଡି ଦେଇଛନ୍ତି।   

   Related Posts