ଅମିତାଭ ବଚ୍ଚନଙ୍କ ପ୍ରଂଶସକଙ୍କ ପାଇଁ ଦୁଃଖ ଖବର, ଏହି ଫିଲ୍ମ ହୋଇପାରେ ତାଙ୍କର ଶେଷ..
13/11/2019 at 3:59 PM

ମୁମ୍ବାଇ୧୩/୧୧: ବଲିଉଡ୍ର ମହାନାୟକ ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ନିକଟରେ ସେ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲରେ ଚିକିତ୍ସା ସମୟରେ ଅମିତାଭ ଫୁଟବଲ ମ୍ୟାଚ ଦେଖୁଥିବାର ଫଟୋ ସୋସିଆଲ ମିଡିଆରେ ସେ ପୋଷ୍ଟ କରିଥିଲେ। ଫିଲ୍ମ ଦୁନିଆରୁ ଏକ ଲମ୍ବା ସମୟ ଧରି ବ୍ରେକ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ଶାରୀରିକ ଓ ମାନସିକ ଅବସ୍ଥାରେ ସେ ଭଲ ନାହାନ୍ତି ତେଣୁ ଫିଲ୍ମ ଦୁନିଆରୁ ଲମ୍ବାଧରି ସେ ବ୍ରେକ ନେବେ ବୋଲି ଚର୍ଚ୍ଚା ହେଉଛି।
ସୂଚନା ଅନୁସାରେ ଅଧାରେ ସୁଟିଂ ବନ୍ଦ ଥିବା ତାଙ୍କ ଅଭିନୀତ ଫିଲ୍ମ ଝୁଣ୍ଡର ସୁଟିଂ ପରେ ଅମିତାଭ ବିଶ୍ରାମ ନେବେ। ଅମିତାଭଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶକୁ ଅମିତାଭଙ୍କ ପରିବାର ଲୋକ ଗୁରୁତ୍ୱ ଦେଉଛନ୍ତି । ଅମିତାଭଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ କୋଲକାତାରେ ହେବାକୁ ଥିବା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବ ଉଦ୍ଘାଟନ ସଭାରେ ଉପସ୍ଥିତ ରହି ପାରିବେ ନାହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ଏ ନେଇ ସୋସିଆଲ ମିଡିଆରେ ଅମିତାଭ ଶେୟାର କରି ଲେଖିଛନ୍ତି ଯେ କୋଲକାତାରେ ଅନୁଷ୍ଠିତ ହେବାକୁ୍ ଥିବା କେଆଇଏଫଏଫରେ ରହି ପାରିବେ ନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅବସ୍ଥା ଖରାପ ଯୋଗୁଁ ସେ ଉପସ୍ଥିତ ରହି ପାରି ନଥିଲେ ।