ନୟାପଲ୍ଲୀ ଯୁବ ପରିଷଦ ପକ୍ଷରୁ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଅନୁଷ୍ଠିତ, ମଣ୍ଟୁ ଏବଂ ସାଗର ବିଜେତା

Published By : Prameya-News7 Bureau | January 21, 2022 IST

ଭୁବନେଶ୍ୱର, ୨୧/୦୧: ଭୁବନେଶ୍ୱର ନୟାପଲ୍ଲୀ ଯୁବ ପରିଷଦ କ୍ଲବ୍‌ ଆନୁକୂଲ୍ୟରେ ପ୍ରଥମ ବ୍ୟାଡମିଣ୍ଟନ୍‌ ଚମ୍ପିଆନ୍‌ସିପ୍‌ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭୁବନେଶ୍ୱରରୁ ମଣ୍ଟୁ ଏବଂ ସାଗର ବିଜେତା ହୋଇଥିବା ବେଳେ ଭୁବନେଶ୍ୱରର ଜୀବନ ଏବଂ ମନଦୀପ ରନର୍ସ ଅପ୍‌ ହୋଇଛନ୍ତି ।

ନୟାପଲ୍ଲୀ ଯୁବ ପରିଷଦ ଏହାକୁ ମମ୍‌ତାଜ୍‌ ଅଲ୍ଲୀ ହାଇସ୍କୁଲ୍‌ ପଡ଼ିଆରେ ଆୟୋଜନ କରିଥିଲା । ଏହି ପ୍ରତିଯୋଗିତାରେ ସାରା ଓଡ଼ିଶାରୁ ୩୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏହାର ସିଙ୍ଗଲ୍‌ ଏଣ୍ଟ୍ରି ଫି ୫୦୦ ଟଙ୍କା ରହିଥିଲା । ଏଥିସହ ବିଜେତାଙ୍କୁ ୫ ହଜାର ଟଙ୍କା ଦେବା ସହ ରନର୍ସ ଅପ୍‌ଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା ହୋଇଥିବା ବେଳେ ବିଜେତାଙ୍କୁ ଏହି ରାଶି ପ୍ରଦାନ କରାଯାଇଥିଲା ।

{"id":577297,"sizeSlug":"full","linkDestination":"none"}

ତେବେ ଉଦ୍‌ଯାପନୀ ମ୍ୟାଚ୍‌ରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ପୂର୍ବତନ କର୍ପୋରେଟର ୩୮ ନଂ ଜୋନ୍‌ର ନିଖିଲ୍‌ କୁମାର ବଳବନ୍ତରାୟ, ପୂର୍ବତନ କର୍ପୋରେଟର ୩୯ ନଂ ଜୋନ୍‌ର ନବ କିଶୋର ବେହେରା, ସାମାଜିକ କର୍ମୀ ପଦ୍ମଜା ପ୍ରିୟଦର୍ଶିନୀ ଜେନା, ମିଲନ୍‌ କୁମାର ପାଇକରାୟ, ଅର୍ଜୁନ ବେହେରା, ଚିନ୍ମୟ କୁମାର ଦାଶ, ଅମ୍ୱିକା ମହରଣା ପ୍ରମୁଖ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.