ଭେଜାଲ ହଳଦୀ- ମିଲ୍‌ ଉପରେ ଚଢଉ କରି ଭେଜାଲ ହଳଦୀ ଜବତ କଲା ପୁଲିସ

Published By : Prameya-News7 Bureau | October 21, 2019 IST

ବଲାଙ୍ଗୀର -  ବିଭିନ୍ନ ସମୟରେ ଭେଜାଲ ଅଟା , ତେଳ , ମସଲା ବେଆଇନ ଫେକଟ୍ରି ଓ ମିଲ  ଉପରେ ପୋଲିସ ଚଢଉ  କରିଥିବା ବେଳେ ଏବେ ସମ୍ନାକୁ ଆସିଛି ଭେଜାଲ ହଳଦୀ। ବେଆଇନ ଭାବରେ ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ କ୍ଲବ ପଡାରାରେ ରହିଥିବା ଶର୍ମା ମିଲ ଉପରେ ଚଢାଉ କରିଛି ପୋଲିସ। ଚଢଉ ସମୟରେ ହଳଦୀରେ ବିଭିନ୍ନ ସାମଗ୍ରୀ ମିଶ୍ରଣ ସହ ଭେଜାଲ ହଳଦୀ ରଖାଯାଇଥିବା ପାଇଛି ପୋଲିସ। ସେପଟେ ଖୁଦ, ଭୁଷା , ହଳଦୀ , ରାସାୟନିକ ରଙ୍ଗ  କୁ ମିଶାଇ ହଳଦୀ ପ୍ରସ୍ତୁତ କରିଥିବା ପ୍ରାଥମିକ ତଦନ୍ତ ରୁ ଜାଣିବାକୁ ପାଇଛି ପୋଲିସ।

{"id":173002}

ଏହି ହଳଦୀ ପ୍ୟାକେଟରେ ଏସ୍କପାଏରି ଡେଟ୍‌ ସରିଯାଇଥିବା ଦେଖଇଥିଲା ପୋଲିସ।  ସେହିପରି ମିଲରୁ  ନିନ୍ମମାନର ଗୋଲମରିଚ, କୁଣା ,  ଶୋରିଷ ଆଦି ଜବତ କରିଛି ପୋଲିସ। ସେପଟେ ସେହି ମିଲରେ ଗୋଟିଏ କୋଠରିରୁ ବ୍ୟାପକ ମାତ୍ରାରେ ପୋଲିଥିନ ରଖାଯାଇଥିବା ବେଳେ ତାହାକୁ ମଧ୍ୟ ଜବତ କରିଛି ପୋଲିସ। ତେବେ ସମସ୍ତ ସାମଗ୍ରୀର  ନମୁନା ସଂଗ୍ରହ କରିବା ସହ ଲାବ୍ରୋଟାରୀ କୁ ପଠାଇବା ପରେ ଏହାର ତଦନ୍ତ କରାଯାଇ ଉକ୍ତ ମିଲ ମାଲିକ ରାକେଶ ଶର୍ମା ଉପରେ କାର୍ଯ୍ୟାନୂଷ୍ଠାନ ନିଆଯିବ ବୋଲି କହିଛି ପୋଲିସ। ସେପଟେ ମିଲ ମାଲିକ ରାକେଶ ଶର୍ମା ମିଲରେ ପୋଲିସ ଯେଉଁ ହଳଦୀ ଚଢଉ କରିଛି ହଳଦୀଆ ମୁରୁଜ ତିଆରି କରାଯାଉଥିଲା ବୋଲି କହିଥିବା ବେଳେ ବାହାର ରାଜ୍ୟକୁ ସେ ସବୁବେଳେ ମୁରୁଜ ତିଆରି କରିଦେଇଥିବା ବୟାନ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.