Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ଶୀଘ୍ର ଶୀଘ୍ର ଖାଇଲେ ହୋଇ ପାରେ ଏହି ସବୁ ଅସୁବିଧା: ଜାଣନ୍ତୁ ପ୍ରତିକାର

11/11/2018 at 7:10 PM

ଭୁବନେଶ୍ବର ୧୧/୧୧: ଆପଣ କ’ଣ ଶୀଘ୍ର ଶୀଘ୍ର ଖାଇଥାନ୍ତି କି, ଯଦି ହଁ ତେବେ ସାବଧାନ ହୋଇଯାଆନ୍ତୁ। ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ନଚୋବାଇ ଖାଉଥିବା ବ୍ୟକ୍ତିଙ୍କ ଓଜନ ଚୋବାଇ ଧୀରେ ଧୀରେ ଖାଉଥିବା ବ୍ୟକ୍ତିଙ୍କ ଓଜନ ତୁଳନାରେ ଅଧିକ। ଏକା ସହିତ ପେଟ ପୂରା ନଖାଇ ବହୁତ ଥର ଟିକେ ଟିକେ ଖାଇବା ଉଚିତ୍। ଆସନ୍ତୁ ଜାଣିବା ଚୋବାଇ ଖାଇଲେ କ’ଣ କ’ଣ ଫାଇଦା ହୋଇଥାଏ।

୧.ଓଜନ କମିଥାଏ: ଭୋଜନ ଚୋବାଇ ଖାଇବା ଦ୍ବାରା ପେଟରେ ରସାୟନର ସ୍ରାବ ହୋଇଥାଏ ଯାହା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହୋଇଯାଇଥାଏ। ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ ଏବଂ ଓଜନ ନିୟନ୍ତ୍ରଣରେ ରହିଥାଏ।

 

୨.ସକରାତ୍ମକ ପ୍ରଭାବ: ଚୋବାଇ ଚୋବାଇ ଖାଇବାର ଆହୁରି ଅନେକ ଫାଇଦା ରହିଛି। ଚୋବାଇ ଖାଇବା ଦ୍ବାରା ଏଥିରେ ଥିବା ପ୍ରୋଟିନ୍,କ୍ୟାଲସିୟମ୍,ଭିଟାମିନ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ବର ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ପଡ଼ିବ।

୩.ହଜମ ପ୍ରକ୍ରିୟା ନିୟନ୍ତ୍ରଣରେ ରଖିଥାଏ: ବହୁତ ଡେରି ଯାଏଁ ଚୋବାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ନରମ କରି ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ କାର୍ବୋହାଇଡ୍ରେଟସ ଏବଂ ଫ୍ୟାଟସକୁ ଅଲଗା କରିଥାଏ । ଏହା ଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବରେ ହୋଇଥାଏ।

୪.ଦାନ୍ତରେ ଗର୍ତ୍ତ ହେବାକୁ ରୋକିଥାଏ: ଖାଦ୍ୟକୁ ଭଲ ଭାବେ ଚୋବାଇ ଖାଇବା ଦ୍ବାରା ଦାନ୍ତ ସନ୍ଧିରେ ଖାଇବା ଅଂଶ ପଶିପାରିନଥାଏ। ଏହା ଦ୍ବାରା ନିଃଶ୍ବାସରେ ଦୁର୍ଗନ୍ଧ ଏବଂ କ୍ୟାଭିଟିରୁ ମୁକ୍ତି ମିଳିଥାଏ।

 

୫.ବ୍ୟାକ୍ଟେରିଆ ସୃଷ୍ଟି ହୋଇନଥାଏ: ଖାଦ୍ୟକୁ ଭଲଭାବେ ଚୋବାଇ ଖାଇବା ଦ୍ବାରା ପାଟିରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଏ। ଡେରି ପର୍ଯ୍ୟନ୍ତ ଖାଇବା ଦ୍ବାରା ପାଟିରେ ଲାଳ ସୃଷ୍ଟି ହୋଇଥାଏ ଏବଂ ଏହା ବ୍ୟାକ୍ଟେରିଆ ସଂକ୍ରମଣକୁ ରୋକିଥାଏ।

   Related Posts