ଯଦି ବୋତଲରୁ ପାଣି ପିଉଛନ୍ତି ତା'ହେଲେ ହେଇଯାଆନ୍ତୁ ସାବଧାନ : ହୋଇପାରେ ଏହି ସବୁ ସମସ୍ୟା

Published By : Prameya-News7 Bureau | February 06, 2019 IST

ସିଧାସଳଖ ବୋତଲରୁ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ହୋଇଥାଏ | ବୋତଲରେ ପାଣି ପିଇଲେ ବିଭିନ୍ନ ରୋଗ ହେବାସହ ମସ୍ତିସ୍କ ମଧ୍ୟ ଦୁର୍ବଳ ହୋଇଯାଇଥାଏ | ଆଗରୁ ଲୋକେ ତମ୍ବା ପାତ୍ରରେ ପାଣି ପିଉଥିଲେ | ଯେଉଁଥିପାଇଁ ତାଙ୍କୁ ରୋଗ ହେଉନଥିଲା ଏବଂ ସେମାନେ ସୁସ୍ଥ ରହୁଥିଲେ | କିନ୍ତୁ ଆଜିକାଲି ଲୋକେ ବୋତଲରେ ପାଣି ପିଇବା ପାଇଁ ପସନ୍ଦ କରୁଛନ୍ତି | ବୋତଲରେ ପାଣି ପିଇବା ଯୋଗୁଁ ମେଦ ବହୁଳତା, କ୍ୟାନସର, ମାନସିକ ଅଶାନ୍ତି, ମହିଳାଙ୍କ ମଧ୍ୟରେ ଗର୍ଭାଶୟ ସମସ୍ୟା ଦେଖା ଦେଇଥାଏ |

{"id":82427}

ବୋତଲରେ ପାଣି ପିଇବା ଦ୍ୱାରା ଆଉ କ'ଣ କ'ଣ କ୍ଷତି ହୋଇଥାଏ ଆସନ୍ତୁ ଜାଣିବା :
୧. ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା କ୍ୟାନସର ହେବାର ସମ୍ଭାବନା ରହିଛି | ଗରମ କିମ୍ବା ଖରାରେ ଯେତେବେଳେ ପ୍ଲାଷ୍ଟିକ ବୋତଲ ଗରମ ହେବା ଦ୍ବାରା ବୋତଲରେ ଥିବା କେମିକାଲ ଡାଇଅକ୍ସିନ ତରଳିବା ଆରମ୍ଭ ହୋଇଥାଏ | ଏହି ଡାଇଅକ୍ସିନ ତରଳି ପାଣିରେ ମିଶି ଶରୀରକୁ ଯାଇଥାଏ | ଡାଇଅକ୍ସିନ ମଣିଷ ଶରୀରରେ ଥିବା କୋଷ ଗୁଡିକୁ ନଷ୍ଟ କରି ଦେଇଥାଏ |

{"id":82428,"width":587,"height":330}


୨. ବୋତଲରେ ବ୍ୟବହାର କରାଯାଉଥିବା ବାଇଶଫେନୋଲ-ଏ ଯୋଗୁଁ ମସ୍ତିସ୍କର କାର୍ଯ୍ୟକଳାପ ପ୍ରଭାବିତ ହୋଇଥାଏ | ଯାହାଫଳରେ ମଣିଷର ଚିନ୍ତା ଶକ୍ତି ଏବଂ ସ୍ମରଣ ଶକ୍ତି ପ୍ରଭାବିତ ହୋଇଥାଏ | ଧୀରେ ଧୀରେ ମଣିଷର ସ୍ମରଣ ଶକ୍ତି କମ ହୋଇଯାଇଥାଏ |

{"id":82429,"width":585,"height":320}


୩. ବୋତଲ ତିଆରି କରିବା ପାଇଁ ବାଇଶଫେନୋଲ-ଏ ବ୍ୟବହାର କରାଯାଇଥାଏ | ଏହାର ଖରାପ ପ୍ରଭାବ ପେଟ ଉପରେ ମଧ୍ୟ ପଡିଥାଏ | ବିପିଏ ନାମକ ରାସାୟନିକ ପଦାର୍ଥ ପେଟକୁ ଗଲେ ପାଚନକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ | ଯାହାଫଳରେ ଆମେ ଖାଇଥିବା ଖାଦ୍ୟ ଭଲ ଭାବେ ହଜମ ହୋଇନଥାଏ ଏବଂ ଗ୍ୟାସ, କବ୍ଜ ଭଳି ସମସ୍ୟା ଦେଖା ଦେଇଥାଏ |

{"id":82430,"width":588,"height":309}


୪. ସବୁବେଳେ ବୋତଲରେ ପାଣି ପିଇଲେ ଗର୍ଭପାତର ସମ୍ଭାବନା ମଧ୍ୟ ବଢିଥାଏ | ଗର୍ଭବତୀ ମହିଳା ବୋତଲରେ ପାଣି ପିଇଲେ ପେଟରେ ଥିବା ଶିଶୁ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ | ଏହାଫଳରେ ଶିଶୁକୁ ପ୍ରୋଷ୍ଟେଟ କ୍ୟାନସର କିମ୍ବା ବ୍ରେଷ୍ଟ କ୍ୟାନସର ହେବାର ସମ୍ଭାବନା ଥାଏ |

{"id":82431}


୫. ବୋତଲ ତିଆରି କଲାବେଳେ ଯେଉଁ ସବୁ କେମିକାଲ ବ୍ୟବହାର କରାଯାଏ ତା' ଦ୍ୱାରା ମସ୍ତିସ୍କ ଦୁର୍ବଳ ହୋଇପଡେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.