ଆପଣ ପିଉଥିବା କ୍ଷୀର ଅପମିଶ୍ରିତ ବୋଲି ଜାଣିବେ କେମିତି, କରନ୍ତୁ ଏହି ସରଳ ପରୀକ୍ଷା

Published By : Prameya-News7 Bureau | June 03, 2019 IST

ସାଧାରଣତଃ ପ୍ରତ୍ୟେକ ଘରେ କ୍ଷୀରର ବ୍ୟବହାର କରାଯାଏ।  କାରଣ  କ୍ଷୀରରେ ବହୁ ପୁଷ୍ଟିକର ତତ୍ତ୍ବ ଥାଏ।  ତେଣୁ ପ୍ରତିଦିନ କ୍ଷୀର ପିଇବା ଭଲ ଅଭ୍ୟାସ ବୋଲି କୁହାଯାଏ। କ୍ଷୀର ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କ୍ଷୀର ପିଇଲେ ସ୍ମରଣ ଶକ୍ତି ଓ ଶରୀରର ଶକ୍ତି ମଧ୍ୟ ବଢିଥାଏ। କ୍ଷୀର ପିଇବା ଭଲ କିନ୍ତୁ ଏହା ସହ କିଛି ଜିନିଷର ଧ୍ୟାନ ରଖିବା ଆବଶ୍ୟକ।  

ଆଜିକାଲି କ୍ଷୀରକୁ ମୋଟା କରିବା ପାଇଁ ଅପମିଶ୍ରଣ କରାଯାଉଛି । ଏପରିକି କ୍ଷୀରର ପରିମାଣ ବୃଦ୍ଧି କରିବା ପାଇଁ ଏଥିରେ ଅନେକ ଖରାପ ପଦାର୍ଥ ମିଶା ଯାଉଛି। କ୍ଷୀରରେ ଡିଟର୍ଜେଣ୍ଟ, କାଷ୍ଟିକ ସୋଡା, ଗ୍ଲୁକୋଜ, ସଫା ପେଣ୍ଟ ଓ ରିଫାଇନ ତେଲ ମିଶ୍ରଣ କରିବା ଦେଖାଯାଉଛି । ଏହା ଶରୀର ପାଇଁ କ୍ଷତିକାରକ । ତେବେ କ୍ଷୀର ପିଇବା ପୂର୍ବରୁ ସର୍ତକ ରହିବା ଉଚିତ୍‌।  ଏବେ କିଛି ଦିନ ତଳେ ଉତ୍ତର ପ୍ରଦେଶର ଏକ ଡାୟରୀ ପ୍ଲାଣ୍ଟରୁ ୧୦ ଲିଟରରୁ ଅଧିକ କ୍ଷୀର ଜବତ କରାଯାଇଥିଲା ଯେଉଁଥିରେ ଡିଟର୍ଜେଣ୍ଟ ମିଶାଯାଇଥିଲା।

ଏହି ବ୍ରାଣ୍ଡ କାଶି ସୟୋଂଗ ନାଁରେ କ୍ଷୀର ବିକ୍ରି କରୁଥିଲା। ତେବେ ଉପଭୋକ୍ତା ଏହି ବିଷୟରେ କ୍ଷୀରର କ୍ବାଲିଟି ବିରୋଧରେ ଅଭିଯୋଗ କରିବା ପରେ ସେଠାରେ ପୋଲିସ ଚଢଉ କରିଥିଲା। ରିପୋର୍ଟ ଅନୁସାରେ ଖରା ଦିନରେ ଅଧିକ ଗରମ ହେଉଥିବାରୁ କ୍ଷୀରର ମାତ୍ରା କମିଯାଏ। ଉତ୍ତରପ୍ରଦେଶ ହରିୟାଣା ଓ ପଞ୍ଜାବରେ ଅଧିକାଂଶ ଡାୟରୀ ପ୍ଲାଣ୍ଟ  ଅପମିଶ୍ରିତ କ୍ଷୀର ବିକ୍ରି କରୁଥିଲେ। ଗତ ବର୍ଷ ପଟିଆଲାର ଏକ ଡାୟରୀ ପ୍ଲାଣ୍ଟରୁ ୭୦୦୦ ଲିଟରର ଅପମିଶ୍ରିତ କ୍ଷୀର ଜବତ କରାଯାଇଥିଲା। ତେବେ ଜାଣନ୍ତୁ କ୍ଷୀରରେ କିଛି ଖରାପ ପଦାର୍ଥ ମିଶିଛି କି ନାହିଁ ତାହା ଜାଣିବାର ଉପାୟ।

କ୍ଷୀର ଫୁଟାଇବା ସମୟରେ ରଂଗ ପରିବର୍ତ୍ତନ ହେଲେ ତାହା ଖରାପ କ୍ଷୀର । କାରଣ ଅସଲି କ୍ଷୀର ଫୁଟାଇଲେ ରଂଗ ପରିବର୍ତ୍ତନ ହୁଏ ନାହିଁ , କେବଳ କିଛିଟା ମାତ୍ରାରେ ହଳଦିଆ ହୋଇଥାଏ।

ବାସି କ୍ଷୀର ଫୁଟାଇବା ସମୟରେ କ୍ଷୀରର ରଂଗ ପରିବର୍ତ୍ତନ ହୋଇ ହଳଦିଆ ହେଲେ ତାହା ନକଲି କ୍ଷୀର। ଅସଲି କ୍ଷୀର ହାତରେ ଲାଗିଲେ ତେଲିଆ ଲାଗେ ଯାହା ଖୁବ ଚିକ୍କଣ ହୋଇଥାଏ। କିନ୍ତୁ ଅପମିଶ୍ରିତ କ୍ଷୀରରେ ତେଲିଆ ଅଂଶ ନଥାଏ।

ଅସଲି କ୍ଷୀରର ସୁଗନ୍ଧ ସାଧାରଣ ଥାଏ। କିନ୍ତୁ ନକଲି କ୍ଷୀରରୁ ସାବୁନ ଭଳି ଗନ୍ଧ ଆସିଥାଏ।

ଅସଲି କ୍ଷୀରର ସ୍ବାଦ ମିଠା ଥାଏ କିନ୍ତୁ ନକଲି କ୍ଷୀରର କୌଣସି ସ୍ବାଦ ନଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.