ମନ୍ଦିରରୁ ଫେରୁଥିବା ବେଳେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଥାନାରେ ଏତଲା ପରେ ୨ ଅଟକ

Published By : Prameya-News7 Bureau | September 11, 2021 IST

ଚଣ୍ଡୀଖୋଲ ୧୧/୦୯: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବନମାଳୀପୁର ଗ୍ରାମରେ । ଗ୍ରାମର ଅନିରୁଦ୍ଧ ବିଶ୍ଵାଳ ରାତିରେ ମନ୍ଦିରରୁ ଫେରୁଥିବା ସମୟରେ ପଛପଟୁ କିଛି ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ଅନିରୁଦ୍ଧ ଗୁରୁତର ହୋଇଛନ୍ତି । ଅନିରୁଦ୍ଧଙ୍କୁ ବଞ୍ଚାଇ ବାକୁ ଯାଇ ତାଙ୍କ ଭାଇ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ଅନିରୁଦ୍ଧଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନିରୁଦ୍ଧ ବିଶ୍ଵାଳଙ୍କ ପରିବାର ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ପୂର୍ବରୁ ବାଦ ବିବାଦ ଲାଗି ରହିଥିଲା । ଗତକାଲି ଦୋକାନରେ ଭୋଗ ରଖିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇ ଥିବା ଜଣାପଡିଛି । ଏ ନେଇ ବାଲିଚନ୍ଦ୍ରପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଘଟଣାରେ ବାଲିଚନ୍ଦ୍ରପୁର ପୋଲିସ ଦୁଇ ଜଣକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଛି.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.