ଅଦ୍ଭୂତ ଓ ଆଶ୍ଚର୍ଯ୍ୟ, ବାଛୁରୀ ଦେଉଛି କ୍ଷୀର...

Published By : Prameya-News7 Bureau | October 29, 2020 IST

ସାଲେପୁର ୨୯।୧୦: ବାଛୁରୀଟି ଦେଉଛି କ୍ଷୀର । ଆଚାର୍ଯ୍ୟ ହେବାର ନାହିଁ ଘଟଣାଟି ସତ୍ୟ। ଏକ ଦେଢ଼ ବର୍ଷ ର ବାଛୁରୀ ବିନା ଗର୍ଭବତୀରେ କ୍ଷୀର ଦେବା  ଏକ ଆଶ୍ଚଯ୍ୟର ଘଟଣା। କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ବାହାବଳପୁର ଗାଁର ଜଇରାମ ବେହେରାଙ୍କ ଏକ ଦେଢ଼ ବର୍ଷର ବାଛୁରୀ ବିନା ଗର୍ଭବତୀରେ ଦେଉଛି କ୍ଷୀର। ବାଛୁରୀଟି  ଦିନକୁ ୨ଲିଟରରୁ ଅଧିକ କ୍ଷୀର ଦେଉଛି । ଶୁଣିଲେ ବି ଆଚାର୍ଯ୍ୟ ହୋଇଯିବେ , ହେଲେ ଘଟଣାଟି ସତ୍ୟ । ଏହି କ୍ଷୀରକୁ ପରିବାର ଲୋକେ ନିଜେ ବ୍ୟବହାର କରିବା ସହ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ।

ଏପଟେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ପଶୁସମ୍ପଦ ଅଧିକାରୀଙ୍କୁ କହିଥିଲେ ଯେ, ଏହା ଦେଶୀ ବ୍ରିଡ଼ କ୍ଷେତ୍ରରେ ଦେଖାଯାଏ ନାହିଁ। ଏବେ ଯେଉଁ ସବୁ ହାଇବ୍ରିଡ଼ ଗାଈ ବାଛୁରୀର ପ୍ରକୃତ ଗ୍ରୋଥ ହେବା ଦ୍ୱାରା , ସେ ବିନା ଗର୍ଭବତୀରେ କ୍ଷୀର ଦେଇଥାନ୍ତି। ଏଭଳିକି ଗୋଟିଏ ଗୋଟିଏ  ଜର୍ସି ହାଇ ବ୍ରିଡ଼ ଗାଈ ଥରେ ଛୁଆ ଦେଲେ ୩ ରୁ୪ବର୍ଷ ମଧ୍ୟ କ୍ଷୀର ଦେଇଥାନ୍ତି। ସେ ଯାହା ହେଉନା କାହିଁକି ଏଭଳି ଘଟଣା ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.