Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ବରୁଣ-ନତାଶାଙ୍କ ବାହାଘରରେ ବଚ୍ଚନ ପରିବାରକୁ ମିଳିନି ନିମନ୍ତ୍ରଣ, ଅତିଥି ତାଲିକାରେ ନାହାନ୍ତି ଗୋବିନ୍ଦା

23/01/2021 at 2:50 PM

ମୁମ୍ବାଇ ୨୩/୦୧ : ବଲିଉଡ ଅଭିନେତା ବରୁଣ ଧୱନ ଓ ନତାଶା ଦଲାଲଙ୍କ ବାହାଘର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆଜି ଦୁହିଁଙ୍କ ସଂଗୀତ ସମାରୋହ ଅଛି। ଆସନ୍ତାକାଲି ଅର୍ଥାତ ୨୪ ତାରିଖରେ ବାହାଘର ଅଛି। ମହାରାଷ୍ଟ୍ର ଅଲିବଗରେ ବରୁଣ ଓ ନତାଶାଙ୍କ ହାତଗଣ୍ଠି ପଡିବ। ହୋଟେଲରେ ନତାଶାଙ୍କ ପରିବାର ଲୋକ ପହଞ୍ଚି ସାରିଛନ୍ତି. ବରୁଣ ଧୱନଙ୍କ ପରିବାର ମଧ୍ୟ ପହଞ୍ଚି ସାରିଛନ୍ତି। ସମସ୍ତଙ୍କ ନଜର ବର୍ତ୍ତମାନ ବରୁଣ ଓ ନତାଶାଙ୍କ ବାହାଘର ଉପରେ।

ତେବେ ବରୁଣଙ୍କ ବାହାଘରରେ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇନାହିଁ। ଅତିଥି ତାଲିକା ଦେଖି ସମସ୍ତେ ଚକିତ। କରୋନା ମହାମାରୀ ଯୋଗୁଁ ଡେଭିଡ ଧୱନ ଅଧିକ ଅତିଥିଙ୍କୁ ଆମନ୍ତ୍ରିତ କରିନାହାନ୍ତି। ବରୁଣ ଓ ନତାଶାଙ୍କ ବାହାଘରରେ ମାତ୍ର ୫୦ଜଣ ଅତିଥି ସାମିଲ ହେବେ ବୋଲି ଶୁଣିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ଉଭୟଙ୍କ ପରିବାର, ନିକଟ ବନ୍ଧୁ ଓ ଇଣ୍ଡଷ୍ଟ୍ରିର କିଛି କଳାକାରଙ୍କ ନାଁ ସାମିଲ ଅଛି।

ତେବେ ନିକଟରେ ଜଣାପଡିଥିଲା ଯେ ବରୁଣଙ୍କ ବାହାଘରରେ ସଲମାନ ଖାନ, ଶାହରୁଖ ଖାନ, ସିଦ୍ଧାର୍ଥ ମଲହୋତ୍ରା, ଅର୍ଜୁନ କପୁର ସାମିଲ ହେବେ। ସିଦ୍ଧାର୍ଥ ମଲହୋତ୍ରା ବାହାଘର ଭେନ୍ୟୁ ବାହାରେ ନଜର ବି ଆସିଛନ୍ତି। ତେବେ ବରୁଣଙ୍କ ବାହାଘରର ଅତିଥି ତାଲିକାରେ ବଚ୍ଚନ ପରିବାର, କପୁର ପରିବାର ଓ ଗୋବିନ୍ଦାଙ୍କ ନାଁ ସାମିଲ ନଥିବା ଜଣାପଡିଛି।

ଗୋବିନ୍ଦା ବରୁଣ ଧୱନଙ୍କ ପିତା ଡେଭିଡ ଧୱନଙ୍କ ସହ ଗୋଟିଏ କି ଦୁଇଟି ନୁହେଁ ବରଂ ୨୮ଟି ଫିଲ୍ମରେ କାମ କରିଛନ୍ତି। ତେବେ ବହୁ ଦିନରୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ନାହିଁ। ବରୁଣଙ୍କ ବାହାଘରରେ ଅନିଲ କପୁର, ବୋନି କପୁର ଓଏ ତାଙ୍କ ପୁଅଝିଅ ଯିଏକି ବରୁଣଙ୍କ ଭଲ ସାଙ୍ଗ ସେମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇନାହିଁ।

ତେବେ ତାଲିକାରେ ଅର୍ଜୁନ କପୁରଙ୍କ ନାଁ ସାମିଲ ଅଛି। କରନ ଜୋହର ଓ ଶଶାଙ୍କ ଖେତାନ ମଧ୍ୟ ବରୁଣ ନତାଶାଙ୍କ ଵାହହର ସମାରୋହରେ ସାମିଲ ହେବେ।

   Related Posts