ଦିଦି ଚୋରେଇ ନେଲେ ପିଲାଙ୍କ ଖାଦ୍ୟ
27/08/2018 at 9:12 AM

ଯାଜପୁର ବରୁଆଡ଼ି ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି । ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଥିବା ଖାଦ୍ୟ ସାମଗ୍ରୀ ଚୋରାଚାଲାଣ । ଖାଦ୍ୟ ସାମଗ୍ରୀ ଚୋରାଚାଲାଣ ହୋଇଥିବା ବେଳେ ଧରିଲେ ଗ୍ରାମବାସୀ । ସନାତନ ସେନାପତି ନାମକ ଜଣେ ବ୍ୟକ୍ତି ଅଙ୍ଗନାବାଡି ଦିଦି ଛବିମହାନ୍ତିଙ୍କ ଠାରୁ ୧୦ ପ୍ୟାକେଟ ଛତୁଆ ଏକ ବସ୍ତାରେ ନେଉଥିବା ଜାଣିପାରି ଧରିଥିଲେ ଗ୍ରାମବାସୀ । ଦିଦି ଛତୁଆ ପ୍ୟାକେଟ୍ ପିଛା ୨୦ ଟଙ୍କା ନିଅନ୍ତି ବୋଲି କହିଛନ୍ତି ସନାତନପ୍ରତି ମାସରେ ଛତୁଆ ଓ ବାଦାମ ଲଢୁ ଅଙ୍ଗନୱାଡ଼ି ଦିଦିଙ୍କ ଛବି ଠାରୁ ନେଇଥାଆନ୍ତି ସିଏ । ଏ ବିଷୟରେ ଗ୍ରାମବାସୀ ବହୁବାର ଦଶରଥପୁର ସିଡିପିଓଙ୍କୁ ଜଣେଇଥିଲେ ମଧ୍ୟ ଫଳ ଘର ଶୂନ । ଯାଜପୁର ବରୁଆଡ଼ି ଅଙ୍ଗନୱାଡ଼ି କେନ୍ଦ୍ରରୁ ଚୋରି । ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଥିବା ଖାଦ୍ୟ ସାମଗ୍ରୀ ଚୋରାଚାଲାଣ । ଖାଦ୍ୟ ସାମଗ୍ରୀ ଚୋରାଚାଲାଣ ହୋଇଥିବା ବେଳେ ଧରିଲେ ଗ୍ରାମବାସୀ । ସନାତନ ସେନାପତି ନାମକ ଜଣେ ବ୍ୟକ୍ତି ଅଙ୍ଗନାବାଡି ଦିଦି ଛବିମହାନ୍ତିଙ୍କ ଠାରୁ ୧୦ ପ୍ୟାକେଟ ଛତୁଆ ଏକ ବସ୍ତାରେ ନେଉଥିବା ଜାଣିପାରି ଧରିଥିଲେ ଗ୍ରାମବାସୀ । ଦିଦି ଛତୁଆ ପ୍ୟାକେଟ୍ ପିଛା ୨୦ ଟଙ୍କା ନିଅନ୍ତି ବୋଲି କହିଛନ୍ତି ସନାତନପ୍ରତି ମାସରେ ଛତୁଆ ଓ ବାଦାମ ଲଢୁ ଅଙ୍ଗନୱାଡ଼ି ଦିଦିଙ୍କ ଛବି ଠାରୁ ନେଇଥାଆନ୍ତି ସିଏ । ଏ ବିଷୟରେ ଗ୍ରାମବାସୀ ବହୁବାର ଦଶରଥପୁର ସିଡିପିଓଙ୍କୁ ଜଣେଇଥିଲେ ମଧ୍ୟ ଫଳ ଘର ଶୂନ ।