ଆରପାରିରେ ମା' ହେଲେ ଜାଣିନି ନିରୀହ ଶିଶୁ : ଖାଇବାକୁ ଦେବ ବୋଲି ଚାଦରକୁ ଭିଡୁଚି ହେଲେ ମା' ଆଉ କ'ଣ ଉଠିବ...

Published By : Prameya-News7 Bureau | May 27, 2020 IST

ପାଟଣା ୨୭/୦୫ : ଅତ୍ୟନ୍ତ ଦୁଃଖଦ ଏହି ଦୃଶ୍ୟ | ଦେଖିଲେ ଆଖିରୁ ଲୁହ ଗଡି ଆସିବ | ପ୍ରକୃତି ସତରେ କେତେ କଠୋର | ଏକ ନିରୀହ ଶିଶୁ ଠାରୁ ଛଡେଇ ନେଇଛି ମା'କୁ | ଫଟୋ ବିହାର ମୁଜାଫରପୁର ରେଳ ଷ୍ଟେସନ ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଅଢେଇ ବର୍ଷର ନିରୀହ ଶିଶୁ ମା' ମୃତଦେହରେ ଘୋଡାଯାଇଥିବା ଚାଦରକୁ ଟାଣି ଖେଳୁଛି | ସେ ନିରୀହ ଶିଶୁ କଣ ଜାଣିବ ଯେ ଚାଦରକୁ ଯେତେ ଟାଣିଲେ ସୁଦ୍ଧା ମା' ଆଉ ଉଠିବନି କି ତାକୁ ଖୁଆଇବନି | ସେ କଣ ଜାଣିଛି ଜନ୍ମ ମୃତ୍ୟୁ ସମ୍ପର୍କରେ | ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ |

ମୃତ ମହିଳା ଜଣକ ହେଲେ ୩୫ ବର୍ଷ ବୟସ୍କ ଖାତୁନ | ତାଙ୍କ ଘର କଟିହାର ଅଞ୍ଚଳରେ | ମହିଳା ନିଜ ବଡ ଭଉଣୀ ଓ ଭିଣୋଇ ସହ ଶ୍ରମିକ ସ୍ପେଶାଲ ଟ୍ରେନରେ ଅହମଦାବାଦରୁ ବିହାର ଆସୁଥିଲେ | ରବିବାର ଦିନ ଟ୍ରେନ ଅହମଦାବାଦରୁ ବାହାରିଥିଲା | ତେବେ ଖାଇବାକୁ ପିଇବାକୁ ରାସ୍ତାରେ କୌଣସି ଷ୍ଟେସନରେ କିଛି ମିଳିନଥିଲା | ଭୋକ ଓପାସରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା |

{"id":277028,"sizeSlug":"large"}

ସୋମବାର ପାଖାପାଖି ଦିନ ୧୨ଟା ବେଳେ ଟ୍ରେନରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଟ୍ରେନ ଦିନ ପାଖାପାଖି ୨ଟା ସମୟରେ ମୁଜାଫରପୁର ଷ୍ଟେସନରେ ପହଞ୍ଚିଥିଲା | ଷ୍ଟେସନରେ ପହଞ୍ଚିବା ପରେ ରେଳବାଇ ପୋଲିସ ମହିଳାଙ୍କ ମୃତଦେହ ଟ୍ରେନରୁ ବାହାର କରିଥିଲେ | ତାଙ୍କ ମୃତଦେହକୁ ପ୍ଲାଟଫର୍ମରେ ରଖିବା କ୍ଷଣି ତାଙ୍କ ଅଢେଇ ବର୍ଷର ଶିଶୁ ମା' ପାଖକୁ ଦୌଡ଼ି ଯାଇଥିଲା | ସେ ମା' ଚାରିପାଖେ ଖେଳୁଥିଲା, ମା'କୁ ଉଠାଇବାକୁ ଚେଷ୍ଟା କରୁଥିଲା | କିନ୍ତୁ ମା' ଗଭୀର ନିଦ୍ରାରେ ଶୋଇଯାଇଥିଲା | ପୁଅ ଯେତେ ଡାକିଲେ ବି ସେ ଆଉ ଶୁଣିଲାନି କି ଉଠିଲାନି |

ଜିଆରପିର ଡେପୁଟି ଏସପି ରମାକାନ୍ତ ଉପାଧ୍ୟାୟ କହିଛନ୍ତି ଯେ, ଘଟଣା ମେ ୨୫ ତାରିଖର | ଟ୍ରେନରେ ଅଚାନକ ତାଙ୍କର ମୃତ୍ୟୁ ହୋଇଯାଇଥିବା ତାଙ୍କ ବଡ ଭଉଣୀ କହିଥିଲେ | ତେବେ ଏସପି କହିଛନ୍ତି ମହିଳାଙ୍କ ମୃତ୍ୟୁ ଭୋକରେ ହୋଇନି | ଗତ ବର୍ଷେ ହେଲା ସେ ଅନ୍ୟ କିଛି ରୋଗରେ ପୀଡିତ ଥିଲେ | ତାଙ୍କର ମାନସିକ ଅବସ୍ଥା ମଧ୍ୟ ଠିକ ନଥିଲା | କିନ୍ତୁ ତାଙ୍କ ମୃତ୍ୟୁର ସଠିକ ଖବର ଏବେ ଯାଏଁ ଜଣାପଡିନାହିଁ |

wp:core-embed/twitter {"url":"https://twitter.com/i/status/1265495633949085698","type":"rich","providerNameSlug":"twitter","className":""}
https://twitter.com/i/status/1265495633949085698
/wp:core-embed/twitter

ବିହାରର ବିରୋଧୀ ନେତା ତେଜସ୍ୱି ଯାଦବଙ୍କ ସହଯୋଗୀ ସଞ୍ଜୟ ଯାଦବ ଏହି ଦୁଃଖଦ, ଦୃଦୟ ବିଦାରକ ଭିଡିଓକୁ ଟ୍ୱିଟରରେ ସେୟାର କରିଛନ୍ତି | ସେ ଲେଖିଛନ୍ତି, ନିରୀହ ଶିଶୁ ଜାଣିନି ଯେଉଁ ଚାଦର ସହ ସେ ଖେଳୁଛି ତାହା ତା' ମାର କଫିନ ଯିଏ ଏବେ ଆଉ କେବେ ଫରିକି ଆସିବନି | ଟ୍ରେନରେ ଭୋକ ଓପାସରେ ମହିଳାଙ୍କ ମୃତ୍ୟୁ ହୋଇଛି | ଟ୍ରେନ ଏହିଭଳି ମୃତ୍ୟୁ ପାଇଁ ଦାୟୀ କିଏ ? ବିରୋଧୀ ଶାସକ ଦଳକୁ ସେ ପ୍ରଶ୍ନ କରିଛନ୍ତି |

ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଶ୍ରମିକ ସ୍ପେଶାଲ ଟ୍ରେନରେ ନିଜ ନିଜ ଭିଟାମାଟିକୁ ଫେରୁଛନ୍ତି | ପ୍ରତିଦିନ ୧୦୦ ରୁ ଅଧିକ ଟ୍ରେନ ପ୍ରବାସୀଙ୍କୁ ନେଇ ବିହାର ଯାଉଛି | ତେବେ ଟ୍ରେନରେ ଖାଦ୍ୟ ଓ ପାଣି ମିଳୁନଥିବା ଅଭିଯୋଗ ମଧ୍ୟ ହୋଇଛି | ସୋମବାର ଦିନ ମୁଜାଫରପୁର ଷ୍ଟେସନରେ ଜଣେ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଥିଲା | ଖାଦ୍ୟ ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ଶିଶୁର ବାପା କହିଥିଲେ | ପଟିଦିନ ଟ୍ରେନରେ କିଛି ନା କିଛି ଏହିଭଳି ଘଟଣା ଘଟୁଥିବା ସାମ୍ନାକୁ ଆସୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.