ଇଏ ହେଉଛନ୍ତି କେଜରୀୱାଲଙ୍କ chief guest, ଶପଥ ଗ୍ରହଣ ଉତ୍ସବର ହେବେ ଅତିଥି

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୨:  ଆମ ଆଦମୀ ପାର୍ଟି ପୁଣି ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ ବିଜୟ ହାସଲ କରିଛି। ଏଣୁ ପାର୍ଟିର ମୁଖ୍ୟ ସଂଯୋଜନକ ଅରବିନ୍ଦ କେଜରିୱାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଫେବୃଆରୀ ୧୬ ତାରିଖ ଦିନ ଦିଲ୍ଲୀ ରାମଲିଳା ମୈଦାନରେ କେଜରିୱାଲଙ୍କ ନୂଆ ସରକାର ଶପଥ ପାଠ କରିବେ। ତେବେ ସବୁଠୁ ବଡ କଥା ହେଉଛି ଦିଲ୍ଲୀ ରାଜ୍ୟ ସରକାରଙ୍କ ଶପଥପାଠ ଉତ୍ସବରେ କୌଣସି ବଡ ନେତାଙ୍କୁ ଆମନ୍ତ୍ରଣ କରାଯାଉ ନାହିଁ। ତେବେ କେଜରିୱାଲଙ୍କ ବିଜୟପରେ ଚର୍ଚ୍ଚାକୁ ଆସିଥିବା 'ବେବି ମଫଲର ମ୍ୟାନ୍' ଏହି ଶପଥ ଗ୍ରହଣ ଉତ୍ସବର ଅତିଥି ହେଉଥିବା ଜଣାପଡିଛି।

{"id":224007,"sizeSlug":"large"}

ଆମ ଆଦମୀ ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ଏହି ସୂଚନା ଦିଆଯାଇଛି। ଏଥିଲାଗି ପୋଷ୍ଟରେ ଲେଖାଯାଇଛି 'ଆନାନଉନ୍ସମେଣ୍ଟ: ବେବି ମଫଲର ମ୍ୟାନଙ୍କୁ ଆମନ୍ତ୍ରଣ କରାଗଲା', ପ୍ରସ୍ତୁତ ହୋଇ ଯାଅ ଜୁନିୟର। ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣନା ଦିନ ଏକ ଛୋଟ ଶିଶୁର ଫଟୋ ଖୁବ୍ ଭାଇରାଲ ହୋଇଥିଲା। ଜୁନିୟର କେଜରିୱାଲ ଭାବେ ପ୍ରଖ୍ୟାତ ହୋଇଥିବା ଶିଶୁଟି ସେ ଦିନ ଅରବିନ୍ଦ କେଜରିୱାଲଙ୍କ ଲୁକ୍ ରେ ଦେଖାଯାଇଥିଲା। ଯେଉଁଥିରେ ଲୋକେ ତାକୁ ଏକ ସାଧା ସ୍ୱେଟର, ମଫୁଲର ଓ ଚଷମା ପିନ୍ଧିଥିବାର ଦେଖିଥିଲେ।

wp:html /wp:html

ଜାଣନ୍ତୁ କିଏ ଏହି ଜୁନିୟନର କେଜରିୱାଲ
ଏହି ଜୁନିୟର କେଜରିୱାଲ ହେଉଛନ୍ତି ଅବ୍ୟାନ ତୋମର। ଦିଲ୍ଲୀ ମୟୁର ବିହାରରେ ରହୁଥିବା ରାହୁଲ ତୋମରଙ୍କ ପୁଅ ଅବ୍ୟନଙ୍କ ବୟସ ଏବେ ମାତ୍ର ୧ ବର୍ଷ। ନିର୍ବାଚନରେ ବିଜୟ ପରେ ଅବ୍ୟାନ କେଜରିୱାଲଙ୍କୁ ବି ଭେଟିଥିଲା। କେଜରିୱାଲ ତାଙ୍କ ପୁରୁଣା ମନ୍ତ୍ରୀମଣ୍ଡଳରେ କୌଣସି ଅଦଳବଦଳ କରିବାକୁ ଚାହୁଁନଥିବା ଜଣାପଡିଛି।  ଉତ୍ସବକୁ ରାଜଧାନୀ ଦିଲ୍ଲୀର ସବୁ ନାଗରିକଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ପାର୍ଟିର ସଦସ୍ୟଙ୍କ ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳଙ୍କୁ ବି ନିମନ୍ତ୍ରଣ କରାଯାଇନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.