କାଳ ହେଲା ମୋବାଇଲ : ବାପା ମାଆଙ୍କ ଅବହେଳା ଯୋଗୁଁ ୧୯ ମାସର ଶିଶୁର ଗଲା ଜୀବନ

Published By : Prameya-News7 Bureau | October 01, 2021 IST

ନୂଆଦିଲ୍ଲୀ ୦୧/୧୦: ପ୍ରାୟତଃ ଶୁଣିଥିବେ ବା ଦେଖିଥିବେ ପିଲାମାନେ ମୋବାଇଲ୍‌ ଗେମ୍‌ ଖେଳିବାକୁ ବହୁତ ପସନ୍ଦ ଥାଏ। ସେଥିପାଇଁ ଏହି ଅଭ୍ୟାସ ବେଳେ ତାଙ୍କକ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଏହି ମୋବାଇଲ୍‌ ନିଶା ବେଳେବେଳେ ଜିବନ ବିପଦରେ ପକାଇଥାଏ । ହେଲେ ପିଲାମାନଙ୍କ ଠାରୁ ମାଆ ବାପା ବଳି ଯାଇଛନ୍ତି । ଏତେ ମୋବାଇଲ୍‌ ନିଶାରେ ଥିଲେ ଯେ  ୧୯ ମାସର ଶିଶୁଟିର ମୃତ୍ୟୁ ହୋଇଥିଲା ।

ତେବେ ୧୯ ମାସର ଶିଶୁର ବାପା ମାଆ ଟିଭି ଦେଖିବାରେ ଓ ମୋବାଇଲ୍ ରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ, ଝିଅର ମୃତ୍ୟୁ ହୋଇଗଲା ଜାଣିପାରିଲେନି । ନୀରିହ ଶିଶୁଟି ଖଟ ତଳକୁ ଖସି ପଡ଼ିବାରୁ ମୁଣ୍ଡରେ ଖୁବ୍ ଜୋରରେ ଆଘାତ ଲାଗିଥିଲା । ଯାହାଫଳରେ ତାର ଜୀବନ ଚାଲି ଯାଇଥିଲା । ତେବେ ବାପା ମାଆଙ୍କୁ ଏ ସମ୍ପର୍କରେ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ସେ ଶିଶୁକୁ ମୃତ ପାଇଥିଲେ । ସେମାନେ ମୋବଇଲ୍ ଗେମ୍ ରେ ଏତେ ବ୍ୟସ୍ତ ଥିଲେ ଯେ, ଛୋଟ ଶିଶୁ ପଡ଼ିଯିବା କଥା ଆଦୌ ଜାଣିପାରିନଥିଲେ । ତେବେ ମୃତ ଝିଅର ନାମ ହେଉଛି କୀରା କାନରୟ । ମୃତ ଶିଶୁର ବାପା ମାଆ ରାତି ସାରା ଗେମ୍ ଖେଳି ଖେଳି ସକାଳ ୬.୩୦ ମିନିଟ୍ ରେ ଶୋଇପଡ଼ିଥିଲେ । ଆଉ ଦ୍ୱିପହର ୩ ଟା ସମୟରେ ଉଠିବା ବେଳକୁ ଝିଅକୁ ମୃତ ଭାବରେ ରୁମ୍ ରୁ ପାଇଥିଲେ

ତେବେ ଏହି ମାମଲାରେ ଶିଶୁଟିର ବାପାଙ୍କୁ ଦୋଷୀ କରାଯାଇଥିବା ବେଳେ ମାଆଙ୍କୁ ଅଭିଯୋଗରୁ ମୁକ୍ତ କରାଯାଇଛି । ବାସ୍ତବରେ ଏହି ଘଟଣା ସ୍କଟଲାଣ୍ଡରେ ୪ ବର୍ଷ ତଳେ ଘଟିଥିଲା । ଯେତେବେଳେ ୧୯ ମାସର ଛୋଟ ଝିଅ ଖଟରୁ ପଡ଼ି ହୋଇଥିଲା , ଏହି ସମୟରେ ତାର ବାପା ମାଆ ମୋବାଇଲ୍ ଫୋନ୍ ରେ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.