୨୭ ବର୍ଷ ପୁରୁଣା ଭ୍ରୁଣରୁ ଜନ୍ମ ନେଲା ଶିଶୁ, ସୃଷ୍ଟି ହେଲା ବିରଳ ରେକର୍ଡ

Published By : Prameya-News7 Bureau | December 04, 2020 IST

ଓ୍ବାଶିଂଟନ୍ ୪।୧୨: ଆମେରିକାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଏକ ଶିଶୁର ଜନ୍ମ ୨୭ ବର୍ଷ ପୁରୁଣା ଭ୍ରୁଣରୁ ହୋଇଛି । ଏହା ଏକ ରେକର୍ଡ ସୃଷ୍ଟି କରିଛି । ୨୭ ବର୍ଷ ପୂର୍ବରୁ ଫ୍ରିଜ୍ କରାଯାଇଥିବା ଭ୍ରୁଣରୁ ଶିଶୁ ଜନ୍ମ ହୋଇଛି ।

ସିଏନଏନର ଏକ ରିପୋର୍ଟ ଅନୁସାରେ ଆମେରିକାର ଟେନେସି ସହରରେ ଏହା ଘଟିଛି । ୧୯୯୨ରେ ଜଣେ ମହିଳାଙ୍କ ଦ୍ବାରା ଫ୍ରିଜ୍ କରାଯାଇଥିବା ଭ୍ରୁଣକୁ ଟିନା ନାମକ ମହିଳାଙ୍କ ଠାରେ ୨୦୨୦ ଫେବୃଆରୀ ୧୨ ତାରିଖରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଅଧିକ ସମୟ ଧରି ଫ୍ରିଜ୍ କରାଯାଇଥିବା ଭ୍ରୁଣ । ଯେଉଁଥିରୁ କୌଣସି ଶିଶୁର ଜନ୍ମ ନେଇଛି । ଟିନା ଅକ୍ଟୋବର ୨୬ରେ ମଲି ନାମକ ଶିଶୁକୁ ଜନ୍ମ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ୨୦୧୭ରେ ଏହି ଉପାୟରେ ଟିନାର ପ୍ରଥମ ଝିଅ ଏମା ମଧ୍ୟ ଜନ୍ମ ହୋଇଥିଲେ । ଏମାଙ୍କ ଭ୍ରୁଣ ୨୪ ବର୍ଷ ପୁରୁଣା ଥିଲା । ଟିନା କହିଛନ୍ତି ଯେ, ତାଙ୍କ ସ୍ବାମୀ ସିଷ୍ଟିକ ଫାୟୋବ୍ରୋସିସ୍ ରେ ପୀଡିତ ଅଛନ୍ତି । ଏହି ରୋଗ ସନ୍ତାନ ପ୍ରସବ କରିବାରେ ବାଧା ସୃଷ୍ଟି କରେ । ଏଥିପାଇଁ ଆମେ ଦ୍ବିତୀୟ ଥର ଏମ୍ବ୍ରାୟୋ ଫ୍ରିଜିଂ ମାଧ୍ୟମରେ ଶିଶୁକୁ ଜନ୍ମ ଦେବାର ନଷ୍ପତ୍ତି ନେଇଥିଲେ ।

ଟିନା ଏହାମଧ୍ୟ କହିଛନ୍ତି ଯେ, ‘ଏହି ଉପାୟର ସୂଚନା ମୋତେ ମୋ ବାପାଙ୍କଠାରୁ ମିଳିଥିଲା । ତାଙ୍କୁ ଏକ ମାଗାଜିନ୍ ରୁ ଏମ୍ବ୍ରୋୟୋ ଫ୍ରିଜିଂ ଉପାୟ ସମ୍ବନ୍ଧରେ ସୂଚନା ମିଳିଥିଲା । ମୁଁ ଏହି ଉପାୟ ସମ୍ବନ୍ଧରେ ସୂଚନା ସଂଗ୍ରହ କରିଥିଲି ଏବଂ ନ୍ୟାସନାଲ ଏମ୍ବ୍ରିୟୋ ଡୋନେସନ ସେଣ୍ଟର ପହଞ୍ଚିଥିଲେ । ଏହିଠାରୁ ଆଗାମୀ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।’

ସୂଚନାଯୋଗ୍ୟ ଯେ, ଯେତେବେଳେ ଜଣେ ମହିଳା ଗର୍ଭଧାରଣ କରିଥାଏ ସେବେଠାରୁ ଭ୍ରୁଣ ବିକସିକ ହୋଇଥାଏ । ଅନେକ ଦମ୍ପତ୍ତି ଏହି ଭ୍ରୁଣକୁ ଫ୍ରିଜ୍ କରିଥାନ୍ତି । କାରଣ ଭବିଷ୍ୟତରେ ଯେତେବେଳେ ମା’ ହେବାକୁ ପଡିବ ସେତେବେଳେ ଏହାର ପ୍ରୟୋଗ କରାଯାଇପାରିବ । ଏହା ବ୍ୟତୀତ କିଛି ଦମ୍ପତ୍ତି ଏହାକୁ ଦାନ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.