ବେବି ଗାଙ୍ଗୁଲି : ଯଶସ୍ୱୀ ଜୟସ୍ୱାଲଙ୍କ ଭିଡିଓ ଭାଇରାଲ ପରେ ପ୍ରଶଂସକ କହିଲେ ଏମିତି...

Published By : Prameya-News7 Bureau | May 25, 2022 IST

ନୂଆଦିଲ୍ଲୀ,୨୫/୫ :  ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ମୁହାଁମୁହିଁ ହୋଇଥିଲେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ । କୋଲକାତାର ଇଡେନ୍ ଗାର୍ଡେନରେ ଦୁଇ ଟିମ୍ ମଧ୍ୟରେ ଟକ୍କର ହୋଇଥିଲା । ମୁକାବିଲାକୁ ଜିତି ଫାଇନାଲରେ ପ୍ରବେଶ କରିଛି ଟାଇଟନ୍ସ । ପରାଜୟ ରାଜସ୍ଥାନ ଆଉ ଗୋଟିଏ ସୁଯୋଗ ପାଇବ ।

ତେବେ ରାଜସ୍ଥାନ ମ୍ୟାଚ୍ ପୂର୍ବରୁ ବେବି ଗାଙ୍ଗୁଲିଙ୍କ ଫଟୋ ସେୟାର କରିଥିଲା । ଏହି ଷ୍ଟାର୍ ବ୍ୟାଟର ହେଲେ ଯଶସ୍ୱୀ ଜୟଶ୍ୱାଲ । ତାଙ୍କୁ ପୂର୍ବତନ ଅଧିନାୟକ ତଥା ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ସହ ତୁଳନା କରାଯାଉଛି । ଯଶସ୍ୱୀଙ୍କ ଭିଡିଓ ସେୟାର କରି ରାଜସ୍ଥାନ ବେବି ଗାଙ୍ଗୁଲି ଇଡେନରେ ଅଭ୍ୟାସ କରୁଥିବା ପୋଷ୍ଟ କରିଥିଲା ।

wp:html /wp:html

ଯଶସ୍ୱୀଙ୍କ ଏହି ଭିଡିଓରେ ୟୁଜର ଖୁବ୍ କମେଣ୍ଟ ଦେଉଛନ୍ତି । କିଛି ଜଣ ଯଶସ୍ୱୀଙ୍କ ବ୍ୟାଟିଂ ଷ୍ଟାଇଲ ଗାଙ୍ଗୁଲିଙ୍କ ଭଳି ବୋଲି ମାନୁଛନ୍ତି । ଆଉ କେହି ସେ ଗାଙ୍ଗୁଲିଙ୍କ ଭଲି ଲେଗ୍ ପ୍ୟାଡ୍ ପିନ୍ଧିଥିବା କହିଛନ୍ତି ।

wp:html /wp:html

ତେବେ ଯଶସ୍ୱୀ ପ୍ଲେ ଅଫ୍ ପୂର୍ବରୁ ଭଲ ଫର୍ମରେ ଥିଲେ । କିନ୍ତୁ ପ୍ଲେ ଅଫରେ ସେ ଖାସ୍ ପ୍ରଦର୍ଶନ କରିପାରିନଥିଲେ । କିନ୍ତୁ ଲିଗର ଶେଷ ୪ ମ୍ୟାଚରେ ସେ ୩ ଥର ୪୦ରୁ ଅଧିକ ରନ୍ କରିଥିଲେ । ଲିଗରେ ସେ ୭ଟି ମ୍ୟାଚ୍ ଖେଳି ୩୦.୨୯ ଆଭରେଜରେ ୨୧୨ ରନ୍ କରିଥିଲେ । ଏଥିରେ ଦୁଇଟି ଅର୍ଦ୍ଧଶତକ ଥିଲା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.