ପୁଣି ଅଲୋଡା ଶିଶୁ, ଗଛ ତଳୁ ନବଜାତ ପୁତ୍ର ଉଦ୍ଧାର
20/01/2021 at 2:45 PM

ଅନୁଗୋଳ ୨୦।୧: ପୁଣି ଅଲୋଡା ହେଲା ଶିଶୁ ପୁତ୍ର । ଗଛ ତଳେ ପଡିଥିବା ଅବସ୍ଥାରେ ହେଲା ଉଦ୍ଧାର । ଶିଶୁଟିକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅନୁଗୋଳ ଜିଲ୍ଲା ପାଲଲହଡା କୁଚିଆବେଡା ଜଙ୍ଗଲରେ ନବଜାତ ଶିଶୁ ପୁତ୍ରଟି ଗଛ ତଳେ ପଡିଥିବା ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଦେଖିବାକୁ ପାଇଥିଲେ । ଶିଶୁଟିକୁ ଉଦ୍ଧାର କରି ଖମାର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଡାକ୍ତର ଶିଶୁଟିର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ । ତେବେ ଶିଶୁଟି ସୁସ୍ଥ ଥିବା ଜଣାପଡିଛି । ପରେ ଶିଶୁ ସୁରକ୍ଷା ଅଧିକାରୀ ଟିମ୍ ଶିଶୁଟିକୁ ଅନୁଗୋଳ ମେଡିକାଲ ଆଣିବା ପାଇଁ ବ୍ୟବସ୍ଥା କରି ତଦନ୍ତ ଆରମ୍ଭ କରିଛନ୍ତି । କିଏ ଏବଂ କାହିଁକି କେଉଁ ପରିସ୍ଥିତିରେ ଶିଶୁ ପୁତ୍ରଟିକୁ ଏଠାରେ ଛାଡି ଯାଇଛନ୍ତି ତାର ତଦନ୍ତ ଚଳାଇଛନ୍ତି ।
Related Posts
ଘାଟିରେ ଓଲଟିଲା ଅଗ୍ନିଶମ ଗାଡି, ୪ କର୍ମଚାରୀ ଆହତ
7 March 2021