ଶିଶୁକୁ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଲେ ଦିଦି, ୭ ଘଣ୍ଟା ପରେ ଉଦ୍ଧାର କଲେ ଲୋକେ

Published By : Prameya-News7 Bureau | July 08, 2019 IST

ପଟ୍ଟାମୁଣ୍ଡାଇ ୮।୭:  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଶାସନ ଗାଁରେ ଘଟିଛି ଅଭାବନୀୟ ଘଟଣା। ସକାଳେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥିବା ଏକ ଶିଶୁକୁ ଦିଦି କେନ୍ଦ୍ରରେ ତାଲା ପକାଇ ଘରକୁ ଚାଲିଯାଇଥିଲେ। ଫଳରେ ଶିଶୁ ଘରକୁ ନ ଫେରିବାରୁ ଅଭିଭାବକ ଖୋଜା ଖୋଜି କରିଥିଲେ। ହେଲେ ଶିଶୁଟି ମିଳି ନଥିଲା। ଶେଷରେ ଅଙ୍ଗନୱାଡି କେନ୍ଦ୍ର ଖୋଜିବା ବେଳେ ଶିଶୁ ଘରେ ବନ୍ଦ ଥିବା ଜଣା ପଡିଥିଲା। ଦୀର୍ଘ ୭ ଘଣ୍ଟା ପରେ ଶିଶୁଟି ଉଦ୍ଧାର ହୋଇଥିବା ବେଳେ ଘଟଣାକୁ ନେଇ ଶାସନ ଗାଁରେ ଉତ୍ତେଜନା ଦେଖା ଦେଇଛି।

{"id":131831,"align":"center","width":382,"height":695}

ଶିଶୁଟି ଦୀର୍ଘ ୭ ଘଣ୍ଟା କାଳ ଅଙ୍ଗନୱାଡୀ କେନ୍ଦ୍ରରେ ବନ୍ଦୀ ଭଳି ରହିଥିଲା। ଭୟ ଲାଗିବାରୁ କାନ୍ଦୁଥିଲା ମଧ୍ୟ। ହେଲେ ଅଙ୍ଗନୱାଡି କେନ୍ଦ୍ରରେ କାନ୍ଦୁଥିବା ଶିଶୁଟିର କାନ୍ଦଣା କାହା କାନରେ ପଡି ନଥିଲା। ତେଣେ ପୁଅ ଘରକୁ ନ ଫେରିବାରୁ ବାପ ମା ଏଣେତେଣେ ଖୋଜି ଭାଙ୍ଗି ପଡିଥିଲେ। ଶେଷରେ ଗାଁ ଲୋକେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଖୋଜିବା ବେଳେ ପିଲାଟି ଜୋରରେ କାନ୍ଦି ଉଠିଥିଲା। ଲୋକେ ଘର ଭିତରେ ତାଲା ପଡିଥିବା ଶିଶୁଟିକୁ ଉଦ୍ଧାର କରି ଅଭିଭାବକଙ୍କୁ ଦେଇଛନ୍ତି।

{"id":131832}

ତେବେ ଅଙ୍ଗନୱାଡି କେନ୍ଦ୍ର ତାଲା ପକାଇବା ପୂର୍ବରୁ ଦିଦି ଘରେ କିଏ ରହିଲା କି ନରହିଲା  ସେଥି ପ୍ରତି କିପରି ଧ୍ୟାନ ଦେଲେ ନାହିଁ ସେ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଅଙ୍ଗନୱାଡୀକୁ ଆସିଥିବା ସବୁ ପିଲା ଘରକୁ ଫେରିଲେ କି ନା ସେ ନେଇ ମଧ୍ୟ ଅଙ୍ଗନୱାଡି ଦିଦି ଧ୍ୟାନ ଦେଉନଥିବା ଘଟଣାରୁ ସ୍ପଷ୍ଟ ହୋଇ ଯାଇଛି। ଏଣୁ କାର୍ଯ୍ୟରେ ଦିଦିଙ୍କ ଅବହେଳା ଏବେ ଜଣା ପଡିଥିବା ବେଳେ ଏହାକୁ ନେଇ ଗାଁରେ ଏବେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.