Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଦୁଇ ବର୍ଷର କୁନି ପୁଅକୁ ଘର ଦୁଆର ମୁହଁରୁ ଅପହରଣ କରିନେଲା ଫେରିବାଲା !

8/11/2021 at 11:00 PM

ଜଗତସିଂହପୁର ୦୮/୧୧: ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଶିବପୁର ପଞ୍ଚାୟତର ଶଙ୍କରପୁର ଗାଁରେ ମାମୁଁ ଘରକୁ  ବୁଲିବାକୁ ଆସି ଦୁଇ ବର୍ଷର ଶିଶୁ ପୁତ୍ର ଖେଳୁଥିବା ସମୟରେ ଅପହରଣ  ହୋଇଥିବା ବିରିଡି ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ମଙ୍ଗଳପୁର ଗାଁର ସୌମ୍ୟରଂଜନ ଭୋଇ ଏବଂ ଶୁନୁଲତା ଭୋଇ ପୁଅକୁ ସାଙ୍ଗରେ ଆଣି ବାପାଘର ଶଙ୍କରପୁର ବୁଲିବାକୁ ଆସିଥିଲେ।

ସୋମବାର ମଧ୍ୟାହ୍ନରେ ପୁଅ ଦାଣ୍ଡରେ ଖେଳୁଥିଲା। କିିନ୍ତୁ କିଛି ସମୟ ପରେ ପୁଅକୁ ଆଉ ଦାଣ୍ଡରେ ଘର ଲୋକେ ପାଇନଥିଲେ। ତେବେ ଜଣେ ଅଜଣା ଫେରିଵାଲା ଶିଶୁଟିକୁ ଏକ ଲୁନାରେ ବସାଇ ନେଇ ଯାଇଥିବାର ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ଏ ବାବଦରେ ବିରିଡି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ବିରିଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଅନୁସନ୍ଧାନ ଜାରି ରଖିବା ସହ ବିଭିନ୍ନ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି ।

ଗତ ତିନି ମାସ ତଳେ ଜଗତସିଂହପୁର ମେଡ଼ିକାଲ ଭିତରୁ ଜଣେ ୩ ବର୍ଷର ଶିଶୁପୁତ୍ର ଅପହରଣ ହୋଇଥିବା ବେଳେ ପୁଣି ଆଉ ଜଣେ ଶିଶୁପୁତ୍ର ଅପହରଣ ହେବା ଘଟଣା ସାଧାରଣରେ ଭୟ ସୃଷ୍ଟି କରିଛି ।

   Related Posts