Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||

ପୋଲିସ ଉଦ୍ଧାର କରିବା ପୂର୍ବରୁ ଦିଲ୍ଲୀରୁ ଅପହୃତ ୪ ବର୍ଷର ଶିଶୁ UPରେ ହୋଇଥିଲା ୩ଥର ବିକ୍ରି

7/02/2020 at 4:35 PM

ନୂଆଦିଲ୍ଲୀ  ୭।୨:  ଗତ ସପ୍ତାହରେ ଉତ୍ତର ଦିଲ୍ଲୀରୁ ନିଖୋଜ ଏକ ୪ ବର୍ଷର ଶିଶୁକୁ ଶେଷରେ ଉତ୍ତରପ୍ରଦେଶ ବୁଲନ୍ଦସରରୁ ଉଦ୍ଧାର କରାଯାଇଛି। ତେବେ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ହେଲା ଶିଶୁଟିକୁ ପୋଲିସ ଉଦ୍ଧାର କରିବା ପୂର୍ବରୁ ଅପହରଣକାରୀମାନେ ତାକୁ ୩ ଥର ବିକ୍ରିକରିଛନ୍ତି। ଶେଷରେ ଶିଶୁଟିକୁ କିଣିଥିବା ଦମ୍ପତ୍ତି ଏଥିଲାଗି ସାଢେ ୪ ଲକ୍ଷଟଙ୍କା ଦେଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନାରୁ ପ୍ରକାଶ ଯେ ଉତ୍ତର ଦିଲ୍ଲୀର ଭଲସ୍ୱା ଡୟେରୀ ଅଞ୍ଚଳରେ ଘରଠୁ ଦୂରରେ ଖେଳୁଥିବା ଏକ ୪ ବର୍ଷର ଶିଶୁ ଗତ ଜାନୁୟାରୀ ୩୧ ତାରିଖ ଦିନ ନିଖୋଜ ହୋଇଯାଇଥିଲା । ଏ ନେଇ ଶିଶୁର ଅଭିଭାବକ ପୋଲିସରେ ଏତଲା ଦେବା ପରେ ସହରରେ ଲାଗିଥିବା ସିସିଟିଭି କ୍ୟାମେରା ଫୁଟେଜ ଖେଳାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଏକ କ୍ୟାମେରା ଫୁଟେଜରୁ ଜଣେ ମହିଳାଙ୍କୁ ଶିଶୁ ନେଇ ଯାଉଥିବାର ଦେଖି ପୋଲିସ ଅଭିଭାବକଙ୍କୁ ଡକାଇ ଚିହ୍ନଟ କରିବାକୁ କହିଥିଲା।

ଅଭିଭାବକ ମହିଳାଙ୍କୁ ରମୀ ନାମରେ ଚିହ୍ନଟ କରିଥିଲେ, ଯିଏ ସେମାନଙ୍କ ପଡିଶାରେ ରହୁଥିଲେ। ପୋଲିସ ରମୀକୁ ଧରିବାରେ ସଫଳ ହେବା ସହ ତାକୁ ପଚରା ଉଚରା କରିବା ବେଳେ ସେ ଶିଶୁଟିକୁ କପିଲଙ୍କ କହିବା ଅନୁସାରେ ସେଠାରୁ ଆଣିଥିବାର କହିଥିଲେ। ତାଙ୍କ ସୂଚନା ପାଇ ପୋଲିସ କପିଲ ଓ ତାଙ୍କ ପତ୍ନୀଙ୍କୁ ହାପୁଡରେ ଠାବ କରିଥିଲା। ତେବେ ସେତେବେଳକୁ ସେମାନେ ଶିଶୁଟିକୁ ୭୦ ହଜାର ଟଙ୍କାରେ ଜଣକୁ ବିକି ଦେଇଥିଲେ। ରମୀ ଲାଗି କାମ ଯୋଗାଡ କରିଦେବାକୁ ସେମାନେ କହିଥିବା ବ୍ୟକ୍ତିହିଁ ଶିଶୁଟିକୁ ନେଇଥିବା ଜଣାପଡିଥିଲା। ଏଥିଲାଗି ସେ ରମିକୁ କାମ ଯୋଗାଇ ଦେବାକୁ ଯେତିକି ଟଙ୍କା ଦରକାର ସେତିକି ରଖି ବାକି ୭୦ ହଜାର ଟଙ୍କା କପିଲକୁ ଦେଇଥିଲା। ପୋଲିସ ଏହି ଶୃଙ୍ଖଳାର ପିଛା କରି ଶେଷରେ ଶିଶୁଟିକୁ ସାଢେ ୪ଲକ୍ଷ ଟଙ୍କା ଦେଇ କିଣିଥିବା ଦମ୍ପତ୍ତିଙ୍କ ନିକଟରେ ପହଞ୍ଚିଛି।

ଦମ୍ପତ୍ତିଙ୍କର ଏକ ପୁଅ ଅଛି। ହେଲେ ସେ ଜନ୍ମରୁ ଦିବ୍ୟାଙ୍ଗ ଏଣୁ ସେମାନେ ଶିଶୁଟିକୁ କ୍ରୟ କରିଥିବା କହିଥିଲେ। ତେବେ ପୋଲିସ ଶିଶୁଟିକୁ ସେମାନଙ୍କ ନିକଟରୁ ଉଦ୍ଧାର କରିଥିବା ବେଳେ ସୁନୀତା ନାମ୍ନୀ ଜଣେ ୫୦ ବର୍ଷ ବୟସ୍କା ମହିଳାଙ୍କୁ ଗିରଫ କରିଛି।  ତାଙ୍କ ସ୍ୱାମୀ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଶିଶୁ ବିକିଥିବା ଲୋକଟି କିନ୍ତୁ  ଏପର୍ଯ୍ୟନ୍ତ ଧରାପଡି ନାହିଁ। ତେବେ ଯାହା ହେଉ ଶିଶୁଟି ମିଳିଯାଇଥିବାରୁ ତାର ଅଭିଭାବକ ଏବେ ଆଶ୍ୱସ୍ତ ହୋଇଛନ୍ତି।

   Related Posts